jsm

ମଦନପୁର କୃଷି ସମବାୟ ସମିତିର ସଭାପତି ଭାବେ ହରି ମହାନନ୍ଦ ନିଦ୍ୱର୍ନ୍ଦରେ ନିର୍ବାଚିତ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କୃଷି ସମବାୟ ସମିତିର ସଭାପତି ଭାବେ ବିଜେଡି ପ୍ରାର୍ଥୀ ହରି ମହାନନ୍ଦ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ସମିତିରେ ୧୪ ଜଣ ଡ଼ାଇରେକ୍ଟରଙ୍କ ସହମତି କ୍ରମେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ପ୍ରସ୍ତବକ ଭାବେ ସମ୍ପତି ରଣା ଓ ସମର୍ଥକ ଛନ୍ଦା ଚରଣ ଦଣ୍ଡିଆ ରହିଥିଲେ । ନିର୍ବାଚନ ଅଧିକାରୀ ଭାବରେ ଶୁକୃ ରଣା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିତେଶ ମହାନନ୍ଦ ଉପସ୍ଥିତ ରହିଥିଲେ । ମ.ରାମପୁର ବ୍ଲକ ଅଧ୍ୟକ୍ଷ ଶମ୍ଭୁ ପଧାନ, ବରିଷ୍ଠ ବିଜେଡି କର୍ମୀ ସୁଦର୍ଶନ ଦଣ୍ଡିଆ, ନାରାୟଣ ମହାଳିକ, ଗାନ୍ଧୀ ଦଣ୍ଡିଆ, ରୁଦ୍ର ପ୍ରସାଦ ଦଣ୍ଡସେନା, ସୁଭନ ମୁଣ୍ଡଛିନା, ଛନ୍ଦା ଚରଣ ଦଣ୍ଡିଆ, ଜୟରାମ ମହାଳିକ ପ୍ରମୁଖ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ହରି ମହାନନ୍ଦଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.