jsm

ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୨ୟ ବୈଠକ ଅନୁଷ୍ଠିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଦ୍ୱିତୀୟ କାଉନସିଲ ବୈଠକ ଗତକାଲି ଅଫିସ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ଅଧ୍ୟକ୍ଷ ଦୀନେଶ ଗହୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ୧୧ ୱାର୍ଡ ବିଶିଷ୍ଟ ପରିଷଦର ସମସ୍ତ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସମାନ ଭାବରେ ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବର୍ଷା ଋତୁରେ ସୃଷ୍ଟି ହେଉଥିବା ବନ୍ୟା ଜଳ ସମସ୍ୟାର ସମାଧାନ କିପରି ହୋଇପାରିବ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମତପୋଷଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.