ଆଇଆରଇଏଲ୍ ସୌଜନ୍ୟରେ ପୋଡାପଦରଠାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ୍ (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ବହିଃ-ଚିକିତ୍ସା ସେବା କମ୍ପାନୀ ଯୋଗାଇ ଆସୁଅଛି । ଏହି ଅବସରରେ ଶୁକ୍ରବାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସେହିଭଳି ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ ହୋଇଯାଇଛି । ଉକ୍ତ ଶିବିରରେ ପୋଡ଼ାପଦର ଗ୍ରାମର ପ୍ରାୟତଃ ୪ ଶହ ଲୋକ ଆସି ଏହି ସ୍ୱାସ୍ଥ୍ୟସେବା ଶିବିରରେ ସୁଯୋଗ ଲାଭ କରିଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉନ୍ନତ୍ତମାନର ଔଷଧ ଯଥା କଫ୍ ସିରଫ, ଟନିକ୍, ମଲ୍ଟି-ଭିଟାମିନ ବଟିକା, କ୍ୟାପସୁଲ, ପ୍ରୋଟିନ ପାଉଡର ଆଦି ବିଭିନ୍ନ କିସମର ଔଷଧୀୟ ଦ୍ରବ୍ୟ ଲୋକଙ୍କୁ ବିତରଣ କରାଯାଇଛି । ପୋଡାପଦର ଗ୍ରାମବାସୀ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିରରକୁ ଆସି ଅନେକ ଆଶୁ-ଆରୋଗ୍ୟ ଲାଭ କରି ବିଶେଷ ଉପକୃତ ହୋଇଛନ୍ତି । ସର୍ବୋପରି ଅଞ୍ଚଳବାସୀ ଅନେକ ଖୁସିବ୍ୟକ୍ତ କରି ଆଇ.ଆର.ଇ.ଏଲ୍.(ଇଣ୍ଡିଆ) କମ୍ପାନୀର ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଶିବିରରେ ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ବରିଷ୍ଠ ଡାକ୍ତର ଅର୍ଦ୍ଧେନ୍ଦୁପାଲ୍, ଆଇ.ଆର.ଇ.ଏଲ୍ ମେଡ଼ିକାଲର ମୁଖ୍ୟ ଚିକିତ୍ସାଳୟ ଅଧିକାରଣୀ ଡାକ୍ତର ବି.ଶୁଭା, ପ୍ରମୁଖ କମ୍ପାନୀ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶିବିରରେ ସ୍ଥାନୀୟ ସରପଞ୍ଚ, ସ୍ଥାନୀୟ ନେତା ତଥା ସମାଜସେବୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଆୟୋଜିତ ଶିବିରରେ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

16 − five =