pakka

ଏକବିଂଶ ଶତାଦ୍ଦୀରେ ଲୋକ ପ୍ରଶାସନ ଅଧିକ ସେବାମୁଖୀ ହେବା ଆବଶ୍ୟକ : ଡକ୍ଟର ସୁଜିତ ପୃଷେଠ୍

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜ ସଭାଗୃହଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଲୋକ ପ୍ରଶାସନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ଭାରତୀୟ ଲୋକ ପ୍ରଶାସନ ଅନୁଷ୍ଠାନ ନୂଆଦିଲ୍ଳୀର ଡକ୍ଟର ସୁଜିତ ପୃଷେଠ ଯୋଗ ଦେଇ ଏହି ବିଷୟରେ ଆଲୋଚନା କରିଥିଲେ । ଏକବିଂଶ ଶତାଦ୍ଦୀରେ ଲୋକ ପ୍ରଶାସନ ଅଧିକ ସେବାମୁଖୀ ହେବା ସହ ଏଥିରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଜନସଂପର୍କ ରଖିପାରିଲେ ସରକାରୀ କାର୍ଯ୍ୟକ୍ରମଗୁଡିକ ଅଧିକ ସଫଳ ହୋଇପାରିବ ବୋଲି କହିଥିଲେ । ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦୀପକ ଗୋୟଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦୁର୍ଗେଶ ଶତପଥୀ ଓ ଆୟୁଷ ମଜୁମଦାର ଉପସ୍ଥିତ ଥିଲେ । ରାଜନୀତି ବିଜ୍ଞାନ ଶେଷ ବର୍ଷର ଛାତ୍ର ମନୋରଂଜନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ରାଜନୀତି ବିଜ୍ଞାନର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

20 + 20 =