pakka

ଦେଶବ୍ୟାପୀ ଶିଶୁଙ୍କୁ ଟୀକା ଦେବାରେ ବିଳମ୍ବ କରାଯାଇଛି : ସୂଚନା କର୍ମୀ ହେମନ୍ତ ପଣ୍ଡା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ଶିଶୁଙ୍କୁ ଟୀକା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ବିଳମ୍ବ କରିଛନ୍ତି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗର୍ାନାଇଜେସନ୍‌ ପକ୍ଷରୁ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ବୟସ୍କ, କିଶୋର ଓ ଶିଶୁମାନଙ୍କୁ ବୁଷ୍ଟର ଡୋଜ୍‌ ପ୍ରୟୋଗ କରିବା ପାଇଁ କ୍ଲିନିକାଲ ଟ୍ରାଏଲ ଜାରି ରହିଛି । ମେସର୍ସ ଭାରତ ବାୟୋଟେକ୍‌ ଓ ମେସର୍ସ ଖ୍ରୀଷ୍ଟିଆନ ମେଡିକାଲ କଲେଜ, ଭେଲୋର ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ୍‌ର କ୍ଲିନିକାଲ ଟ୍ରାଏଲ କରୁଥିବା ବେଳେ ଶିଶୁ ଓ କିଶୋରଙ୍କ ପାଇଁ ବୁଷ୍ଟର ଡୋଜ୍‌ର କ୍ଲିନିକାଲ ଟ୍ରାଏଲ ମେସର୍ସ ବାୟୋଲୋଜିକାଲି କରୁଛନ୍ତି ବୋଲି ତଥ୍ୟ ପ୍ରଦାନ କରାଯାଇଛି । ସବୁ ବୟସର ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍‌ର କ୍ଲିନିକାଲ ପରୀକ୍ଷା ଚାଲିଥିବା କୁହାଯାଇଛି । ଦେଶରେ ବୁଷ୍ଟର ଡୋଜ୍‌ର କ୍ଲିନିକାଲ ପରୀକ୍ଷା ଚାଲିଥିବା ବେଳେ ଶିଶୁଙ୍କ ପାଇଁ ଟୀକାଦାନର ପ୍ରଥମ ଡୋଜ୍‌ ମଧ୍ୟ ଆରମ୍ଭ କରାଯାଇ ନଥିବା ବିଷୟରୁ ଶିଶୁଙ୍କୁ ଟୀକାଦାନରେ ବିଳମ୍ବ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବୟସ୍କମାନଙ୍କ ପାଇଁ ବୁଷ୍ଟର ଡୋଜ୍‌ ଓ କିଶୋର ମାନଙ୍କ ପାଇଁ ପ୍ରଥମ ଡୋଜ୍‌ ଟୀକାଦାନ ଆରମ୍ଭ କରିବା ପାଇଁ ସରକାର ଇତିମଧ୍ୟରେ ଘୋଷଣା କରିଛନ୍ତି । ଏହି ତଥ୍ୟରୁ ଜଣାପଡୁଛି ଯେ, ସମଗ୍ର ଦେଶରେ ଶିଶୁଙ୍କ ପାଇଁ ଟୀକାଦାନରେ ଯଥେଷ୍ଟ ବିଳମ୍ବ ହୋଇସାରିଛି । ଯୁଦ୍ଧକାଳୀନ ଭିତ୍ତିରେ ଶିଶୁଙ୍କୁ ଟୀକାଦାନ ପାଇଁ ପଦକ୍ଷେପ ନେବାକୁ ପଣ୍ଡା ଦାବୀ କରିଛନ୍ତି । ଟୀକାଦାନକୁ ନେଇ କେନ୍ଦ୍ର ସରକାର କେବଳ ପ୍ରଚାରଧର୍ମି ନହୋଇ ବାସ୍ତବତାର ସହିତ କାର୍ଯ୍ୟ କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । କୋଭିଡ ଟୀକାକୁ ନେଇ ସୂଚନା କର୍ମୀ ପଣ୍ଡା ଆଇ.ସି.ଏମ୍‌.ଆର.ର ଡିଜିଙ୍କ କାର୍ଯ୍ୟାଳୟରୁ କେତେକ ତଥ୍ୟ ମାଗିଥିଲେ । ଆଇ.ସି.ଏମ୍‌.ଆର୍‌ ପକ୍ଷରୁ ସୂଚନା ଅଧିକାର ଆଇନର ୬(୧) ଧାରା ଉପଯୋଗ କରାଯାଇ ବିଭିନ୍ନ ବିଭାଗକୁ ପଣ୍ଡାଙ୍କ ଆବେଦନକୁ ସ୍ଥାନାନ୍ତରଣ କରାଯାଇ ଏହି ତଥ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

4 × 1 =