mahavir

ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ବରଗଡ଼ର ବଡ଼ ସଫଳତା

ବରଗଡ, (ମୁନ୍ନା ସାହୁ) : କ୍ରୀଷ୍ଣା ବିକାଶ ଗ୍ରୁପ ବରଗଡ଼ର ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୨୯ ଜଣ ଛାତ୍ରଛାତ୍ରୀ ୯୫% ରୁ ଅଧିକ ମାର୍କ ରଖି ବରଗଡ଼ ପାଇଁ ଗୌରବ ଆଣିଦେଇଛନ୍ତି । ଏନେଇ ଗୁରୁବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ବିଦ୍ୟାଳୟରେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି । ଚଳିତ ବର୍ଷ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୨୯ ଜଣ ଛାତ୍ରଛାତ୍ରୀଙ୍କ ୯୫% ଏବଂ ୮୮ ଜଣ ଛାତ୍ରଛାତ୍ରୀଙ୍କ ୯୦% ରୁ ଅଧିକ ମାର୍କ ଏବଂ ୧୭୩ ଜଣ ଛାତ୍ରଛାତ୍ରୀ ୮୦ ରୁ ଅଧିକ ପ୍ରତିଶତ ମାର୍କ ରଖି ସ୍କୁଲକୁ ଓଡ଼ିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିଛନ୍ତି ବୋଲି ଅନୁଷ୍ଠାନର ମ୍ୟାନେଜିଂ ଡାଇରେକ୍ଟର୍‌ ବିବେକ ଦାଶରୀ ପ୍ରକାଶ କରିଛନ୍ତି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୫-୨୬ ରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ୍ ଦାଶରୀ ମୂରଲୀ କ୍ରୀଷ୍ଣା, ସଫଳ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.