jayashree

ମହୁଲପାଲି ଠାରେ ୨୭ତମ ଅଙ୍ଗ ଆଳତୀ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗନଦୀରେ ଆଜି ସୋମବାର ଆଶ୍ୱିନ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୨୭ତମ ଅଙ୍ଗ ଆଳତୀ କରାଯାଇଛି । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି । ମୁଖ୍ୟ କର୍ତ୍ତା ଭାବରେ ଉତ୍ତମ ରଣା ସହଧର୍ମିଣୀ ସୀମା ରଣା କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପଞ୍ଚ ଦେବତା ପୂଜା ପରେ ପ୍ରକୃତିର ସମସ୍ତ ଦେବତାଙ୍କୁ ହୋମ କରାଯାଇଥିଲା । ଏହି ଆଳତୀ ସମୟରେ ଘଣ୍ଟ, ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ପଣ୍ଡିତ ଅମିତ ମିଶ୍ର, ଡୋଲାମଣି ଦାଶ, ଲିଂକୁ ମିଶ୍ର, ଦିନେଶ ଦାଶ, ଦୀପକ ଭୋଇ, ଦୁଷ୍ମନ୍ତ ସାହୁ, ଦେବାଧି ମେହେର, ପୂର୍ଣ୍ଣ ଚନ୍ଦ୍ର ମେହେର, ଅନାଦି ସାହୁ, ଅଶୋକ ବେହେରା, ପ୍ରଦୀପ କୁମାର ସାହୁ, ସାଗର ଚୁହାନ୍ ତୁଳରାମ ସାହୁ, ଜଗବନ୍ଧୁ ବଡଗୁଛିଆ, ସଚ୍ଚିଦାନନ୍ଦ ମଗର, ଅକ୍ଷୟ ଦାଶ, ଆନନ୍ଦ ଭୋଇ, ପ୍ରତାପ ନାଥ, ଅନିଲ ପଣ୍ଡା, ରବି ମହାନ୍ତି ବାବୁଲ ପଣ୍ଡା, ସାଗର ସାହୁ, ଭବାନୀ ଶଙ୍କର ମହାପାତ୍ର, ସନ୍ତୋଷ ସାହୁ, ଶୈଳେଶ ପାଣିଗ୍ରାହୀ, ପ୍ରଦୀପ ସାହୁ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ମନ ବାଗ, ଟୁନା ସାହୁ, ପ୍ରଶାନ୍ତ ରଣା, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ମାତୃ ମଣ୍ଡଳି ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.