
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଠାରେ ଆଜି ଆଗାମୀ ୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପାଇଁ ମହୋତ୍ସବ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଭାପତି ତୁଳସୀରାମ ହଂସଙ୍କ ସଭାପତିତ୍ୱରେ ଆୟୋଜକ କମିଟିର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା ଯୋଗ ଦେଇଥିଲେ । ଆସନ୍ତା ନଭେମ୍ବର ୨୦ ତାରିଖ ଠାରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ମାନେ ଆସି ସେମାନଙ୍କ କଳା ପରିବେଷଣ କରିବେ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୂମ୍ଧାମ୍ରେ ଆୟୋଜନ କରାଯାଇଥିବା ନେଇ ଜଣାପଡିଛି । ଏଥିରେ ମହୋତ୍ସବ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସୁଶୀଲ ଜୈନ, ଉପସଭାପତି ନାରାୟଣ ମିଶ୍ର, କାର୍ଯ୍ୟକାରୀ ଉପସଭାପତି ଅମିତ ଥନାପତି, ସମ୍ପାଦକ କହ୍ନେୟାଲାଲ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଯୀଶୁ ରଞ୍ଜନ ହଂସ, କୋଷାଧ୍ୟକ୍ଷ ମୁକେଶ ଜୈନ, ଯୁଗ୍ମ କୋଷାଧ୍ୟକ୍ଷ ଡବଲୁ ହଂସ, ସାଂସ୍କୃତିକ ସମ୍ପାଦକ ତ୍ରିନାଥ ବାରିକ, ସନାତନ ସା, ପ୍ରଚାର ପ୍ରସାର ସମ୍ପାଦକ ଅଗ୍ରେସନ ସା, ଗଣନାଥ ଥନାପତିଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଯାତ୍ରାର ଉଦ୍ଯାପନୀ ଉତ୍ସବରେ ପାଖାପାଖି ୭୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ମାନେ ଆସିଥାନ୍ତି ଓ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମର ଉପଭୋଗ କରିଥାନ୍ତି ।