mahavir

ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଓମଭ୍ୟାଲି ସ୍କୁଲର ଅଭିଜିତ ସିଂ ଆଣିଲେ ୯୮.୬ ପ୍ରତିଶତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତକାଲି ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଟିଟିଲାଗଡ ଓମଭ୍ୟାଲି ସ୍କୁଲର ପ୍ରଦର୍ଶନ ଭଲ ରହିଥିବା ବେଳେ ଅଭିଜିତ ସିଂ ଟପ୍ପର ହେବା ସହ ୯୮.୬ ପ୍ରତିଶତ ମାର୍କ ହାସଲ କରିଛନ୍ତି । ଯାହାକି ସ୍କୁଲ ସହ ତାଙ୍କ ମାତା ପିତାଙ୍କ ଖୁସି କହିଲେ ନ ସରେ । ବର୍ଷ ତମାମର ପରିଶ୍ରମର ଫଳ ସ୍ୱରୂପ ଆଜି ସେ ଏହି ମାର୍କ ରଖିବାରେ ସକ୍ଷମ ହୋଇଛି ବୋଲି କହିବା ସହ ଏହାର ଶ୍ରେୟ ମୁଁ ସ୍କୁଲ ଚେୟାରମେନ ଲାୟନ ଦୀପକ ସାହୁ, ତାଙ୍କୁ ପଢ଼ାଉଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିତାମାତାଙ୍କୁ ଦେବି ବୋଲି କହିଛନ୍ତି । ଓମଭ୍ୟାଲି ସ୍କୁଲର ସର୍ବୋଚ୍ଚ ନମ୍ବର ରଖିଥିବା ଛତ୍ରଛାତ୍ରୀମାନେ ହେଲେ ଅଭିଜୀତ ସିଂହ ୯୮.୬%, ଆହନା କମାଣୀ ୯୫.୨%, ସୁଶ୍ରୀ ମାଧୁସ୍ମିତା ୯୫.୨%, ଜି.ବି. ଦିବ୍ୟ ରଞ୍ଜନ ମଙ୍ଗରାଜ ୯୪.୬%, ବିଶ୍ୱଜିତ ନନ୍ଦ ୯୩%, ଶ୍ରେୟା ବାଂସଲ ୯୨.୮%, ପ୍ରତୀକ୍ଷ୍ୟା ପଣ୍ଡା ୯୦.୨%, ଦୋଲେନ୍ଦ୍ର ସିଂହ ସୁନା ୮୯.୬%, ଅନୁଷ୍କା ଗୁପ୍ତା ୮୯.୪%, ଶିବମ ଜୈନ ୮୯.୦%, ସ୍ମିତି ସ୍ନିଗ୍ଧା ସିଂହ ୮୮.୮% । ତେବେ ଓମଭ୍ୟାଲି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନିରନ୍ତର ପ୍ରୟାସ, ଶିକ୍ଷାଦାନ ଓ ସ୍କୁଲ ମ୍ୟାନେଜମେଣ୍ଟର ସଠିକ ନିଷ୍ପତି ଯୋଗୁଁ ଆଜି ଛାତ୍ରଛାତ୍ରୀ ମାନେ ଏହି ସଫଳତା ହାସଲ କରିଛନ୍ତି ବୋଲି ସ୍କୁଲର ଚିଫ କୋରଡିନେଟର ରବିନ୍ ଚନ୍ଦ୍ର ପରମାଣିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.