mahavir

୯୬୦ ବୋତଲ କଫ ସିରଫ ଜବତ : ୭ ଜଣ ଗିରଫ

ବରଗଡ, (ମୁନ୍ନା ସାହୁ ) : ୯୬୦ ବୋତଲ କଫ ସିରଫ ଜବତ କରିବା ସହ ୭ ଜଣକୁ ଗିରଫ କଲା ବରଗଡ଼ ସଦର ପୋଲିସ । ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସଦର ଥାନାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ବରଗଡ଼ ସଦର ଅଞ୍ଚଳ ବେହେରା ଫୁଟ ବଳ ପଡିଆରେ କରେକ୍ସ ସିରଫ କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉରେ ୬ ଗୋଟି ଚାରି ଚକିଆ ଗାଡି, ୬ଟି ବାଇକ, ୨ ଲକ୍ଷ୍ୟ ୬୦ ହଜାର ଟଙ୍କା ନଗଦ, ୯୬୦ ବୋତଲ କଫ ସିରଫ, ମୋବାଇଲ ଓ ୭ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ହୋଇଥିବା ବେଳେ ଅନ୍ୟ ୬ ଜଣେ ବରଗଡ଼ ଜିଲ୍ଲାର ହୋଇଥିବା ବରଗଡ଼ ଏଡିସନାଲ ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.