mahavir

ବୈଶାଖ ମେଳା ଅବସରରେ ୧୫ ଟି ସ୍ୱତନ୍ତ୍ର ବସ ଚଲାଇବାକୁ ଜିଲ୍ଲପାଳଙ୍କୁ ଦାବି

ଟିଟିଲାଗଡ ରୁ ହରିଶଙ୍କର ମୁଖ୍ୟମନ୍ତ୍ରୀ ସେବା ବସ ଚଲାଇବା ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଐତିହ୍ୟ ପୀଠ ହରି ଓ ଶଙ୍କରଙ୍କ ମିଳନ ସ୍ଥଳି ଗନ୍ଧମାର୍ଦ୍ଦନର ପାଦ ଦେଶରେ ବୈଶାଖ ମେଳା ପାଇଁ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ଏପ୍ରିଲ ୨୭ ରୁ ମଇ ୧ ପର୍ଯ୍ୟନ୍ତ ୫ ଦିନ ଯାଏଁ ବୈଶାଖ ମେଳା ଅନୁଷ୍ଠିତ ହେବ । ରାଜ୍ୟ ବାହାରୁ ଭକ୍ତ ଛୁଟିବ । ଏହି ଉଦ୍ଦେଶ୍ୟରେ ଯାତ୍ରୀଙ୍କ ସୁବିଧା ପାଇଁ ବସ ସେବା ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ରରେ ବୈଶାଖ ମେଳାରେ ସ୍ୱତନ୍ତ୍ର ଅର୍ଥ ପ୍ରଦାନ, ପ୍ରଚାର ପ୍ରସାର, ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାରଙ୍କ ସଂଗ୍ରହାଳୟ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି । ୧୪ ଗୋଟି ବ୍ଲକରେ ୫ ଦିନ ପାଇଁ ରାଜ୍ୟ ପରିବହନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ବସ ଚଲାଇବା ପାଇଁ ଦାବି ଏବଂ ବଲାଙ୍ଗିର ସହରରୁ ହରିଶଙ୍କରକୁ ବସ ଚଳାଚଳ ବନ୍ଦ ହୋଇଯାଇଛି । ଏହା ପୁନର୍ବାର ଚଲାଇବା ପାଇଁ ଦାବି, ଭକ୍ତ ଓ ପର୍ଯ୍ୟଟନମାନଙ୍କର ସୁଅ ଛୁଟୁଥିବା ଏହା ପୁନର୍ବାର ବିଚାର କରି ଚଲାଇବା ପାଇଁ ଦାବି, ଟିଟିଲାଗଡରୁ ହରିଶଙ୍କର ମୁଖ୍ୟମନ୍ତ୍ରୀ ସେବା ବସ ଛାତ୍ରଛାତ୍ରୀ ଓ ମହିଳାମାନଙ୍କ ପାଇଁ ପୁନର୍ବାର ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ବୈଶାଖ ମେଳା ପୂର୍ବରୁ ଚଲାଇବା ପାଇଁ ଦାବି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛି ଯେ ଆଗାମୀ ୧୮ ତାରିଖ ଦିନ ରାଜ୍ୟ ପରିବହନ ଜିଲ୍ଲା ପ୍ରଶାସନ ଓ ଘରୋଇ ମାଲିକ ସଂଘ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଏହି ଦାବି ସମୟରେ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଶମ୍ଭୁ ପ୍ରସାଦ ଶତପଥି, ରିଣ୍ଟୁ ସାହୁ, ସଂପାଦକ ପ୍ରଶାନ୍ତ ମହାକୁର ଓ ଅଶୋକ କୁମାର ମେହେର ଉପସ୍ଥିତ ଥିଲେ ।

Leave A Reply

Your email address will not be published.