mahavir

ସିବିଏସ୍ଇ ପରୀକ୍ଷାରେ ମଦନପୁର ଓଏଭିର ସଫଳତା

  • ୯୦ ପ୍ରତିଶତରୁ ଅଧିକ ୧୦ ଛାତ୍ରଛାତ୍ରୀ

ମ. ରାମପୁର (ପି. କେ. ସାହୁ) : ପ୍ରକାଶ ପାଇଛି ସିବିଏସ୍ଇ ଦଶମ ରେଜଲ୍ଟ । ଏହି କ୍ରମରେ ମ. ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟ ୧୦ ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଚଳିତ ବର୍ଷ ମୋଟ ୬୫ ଜଣ ପରୀକ୍ଷା ଦେଇଥିବା ବେଳେ ପାଶ ହାର ୮୬.୧୫ ପ୍ରତିଶତ ରହିଛି । ନିବେଦିତା ମାହୁତି (୯୫.୮), ଅନେସ୍ୱା ତ୍ରିପାଠୀ (୯୪.୪), ମୁକେଶ ପୁରୋହିତ (୯୩.୮), ସାଇ ସ୍ୱରୂପ ଟାଟା (୯୩.୬), ଅମନ ମିଶ୍ର ୯୩.୬, ପ୍ରଜ୍ଞା ପରିମିତା ପଧାନ (୯୨.୮), ସ୍ୱରଣୀକା ପାଣିଗ୍ରାହୀ(୯୨.୨), ସୁଷମା ତାଣ୍ଡି (୯୨.୨) ଏବଂ ସାଇନା ପଟ୍ଟନାୟକ (୯୦.୮) ପ୍ରତିଶତ ରଖି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଓଏଭି ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକାମାନେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.