mahavir

ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆର୍ଟସ୍ ଟେମ୍ପଲ୍, ସୁବର୍ଣ୍ଣପୁର ତାଇକୋଣ୍ଡୋ ଏବଂ ଓଡ଼ିଶା ତାଇକୋଣ୍ଡୋ ଓ ଇଣ୍ଡିଆ ତାଇକୋଣ୍ଡୋ ଦ୍ଵାରା ଅନୁବନ୍ଧିତ ଓଡ଼ିଶାର ଏକମାତ୍ର ସଂସ୍ଥାର ମିଳିତ ଆନୁକୂଲ୍ୟରେ ବିଭିନ୍ନ ତାଇକୋଣ୍ଡୋ କ୍ରୀଡାକୁ ନେଇ ସୁବର୍ଣ୍ଣପୁରରେ ଏକ ଐତିହାସିକ କଲର୍ ବେଲ୍ଟ ପରୀକ୍ଷା ଏବଂ ଜିଲ୍ଲା ସ୍ତରୀୟ ଅଫିସିଆଲ୍ ତାଇକୋଣ୍ଡୋ ସିଲେକ୍ସନ ଟ୍ରାଏଲ୍ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ତାଇକୋଣ୍ଡୋର ସମ୍ପାଦକ ଚିନ୍ମୟ ବେହେରାଙ୍କ ସହଯୋଗରେ ମୁଖ୍ୟ ପରୀକ୍ଷକ ଭାବେ ମାଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ପିଲାମାନଙ୍କର କଳା ନୌପୁଣ୍ୟତା ପରୀକ୍ଷା କରିଥିଲେ । ସୁବର୍ଣ୍ଣପୁର ତାଇକୋଣ୍ଡୋ ଶାଖା ସମ୍ପାଦକ ଓ ଆର୍ଟସ୍ ଟେମ୍ପଲ୍ ସୁବର୍ଣ୍ଣପୁରର ମୁଖ୍ୟ କୋଚ୍ ମାଷ୍ଟର ସୁଶାନ୍ତ କୁମ୍ଭାର ଉକ୍ତ ପରୀକ୍ଷାରେ ସହଯୋଗ କରିଥିଲେ । ଆର୍ଟ୍ସ ଟେମ୍ପୁଲ ବୌଦ୍ଧରୁ ମାଷ୍ଟର ସୁଧୀର କୁମାର ବାରିକ୍, କାନସିନ୍ କାଇ ବ୍ଲାକ ବେଲ୍ଟ ଡିଗ୍ରୀଧାରୀ ଶଙ୍କର ପ୍ରସାଦ ନାଏକ, ସୂର୍ଯ୍ୟ କୁମାର ରଣା, ବୃନ୍ଦାବନ ଭୋଇ, ମିଲନ କୁମାର ଦାସ, ଅଭିଷେକ ନାଏକ ଆସି ସହଯୋଗ କରିଥିଲେ । ଏହି ଶିବିରରେ ୪ ଜଣ ଗ୍ରୀନ୍ ବେଲ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଦିବ୍ୟାଂଶ ସାହୁ, ସ୍ମୃତିଶ୍ରୀ ମିଶ୍ର, ସାଇ ସ୍ଵରୂପ ମିଶ୍ର ଓ ସୁନ୍ଦର ଜଗତ ଓ ୬ ଜଣ ଗ୍ରୀନ୍‌ ସିନିୟର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ହେଲେ ଓମ୍ ସ୍ମୃତି ରଞ୍ଜନ ନାୟକ, ସ୍ମୃତି କୁମ୍ଭାର , କାବ୍ୟା ମେହେର, ସୁହାନା ଜଗଦଲା, ସାହୁଲ ଖୁରା, ଅନମୋଲ ମିଶ୍ର ଓ ୯ ଜଣ ୟେଲୋ ବେଲ୍ଟରେ ସର୍ବଶ୍ରୀ ପ୍ରତ୍ୟାଶା ବେହେରା, ବ୍ରଜ କିଶୋର ବାଘ, ବାଳଗୋପାଳ ବାଘ, ସମୀକ୍ଷା ପାଲ, ଜୟଲକ୍ଷ୍ମୀ ମିର୍ଦ୍ଧା, ଓମ୍ ପରିମିତା ମିର୍ଦ୍ଧା, ସାଇ ସାଧ୍ୱୀ, ସାଇ ଇଭାନ, ଆଧିରା ମହାପାତ୍ର ପ୍ରମୁଖ ଉତ୍ତୀର୍ଣ୍ଣ ହୋଇଥିଲେ । ଓଡ଼ିଶା ତାଇକୋଣ୍ଡୋ ତରଫରୁ ଵେଲ୍ଟ ଓ ପ୍ରମାଣ ପତ୍ର ଉପସ୍ଥିତ ଅତିଥି, ଅଭିଭାବକ ଓ ପୁରାତନ ଛାତ୍ରଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଶେଷରେ ସୁବର୍ଣ୍ଣପୁର ତାଇକୋଣ୍ଡୋ ସଭାପତି ଅଭିଷେକ ନାୟକ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରକାଶ ଯୋଗ୍ୟ ଯେ ଜିଲ୍ଲା ସ୍ତରୀୟ ଅଫିସିଆଲ୍ ତାଇକୋଣ୍ଡୋ ସିଲେକ୍ସନ ଟ୍ରାଏଲ୍ ମାଧ୍ୟମରେ ୧୦ ଜଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ରାଜ୍ୟସ୍ତରରେ ପ୍ରତିନିଧିତ୍ଵ କରିବା ନେଇ ଚୟନକର୍ତ୍ତାମାନେ ମତାମତ ଦେଇଛନ୍ତି । ସେହିପରି ଜେ ଏନ୍ ଇଣ୍ଡୋର ଷ୍ଟାଡିୟମରେ କଟକରେ ୨୦୨୬ ବର୍ଷ ପାଇଁ ଏପ୍ରିଲ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ମ ଓଡ଼ିଶା ତାଇକାଣ୍ଡୋ ରାଜ୍ୟ ଚାମ୍ପିଅନସିପ ଆୟୋଜିତ ହେବ ।

Leave A Reply

Your email address will not be published.