p purohi

ଦେଓଗାଁ ଚିନିକଳ ସଂଘର୍ଷ ସମିତି

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ଚିନିକଳ ସଂଘର୍ଷ ସମିତିର ଏକ ଜରୁରୀ ବୈଠକ ଆଜି ତା.୦୮.୦୮.୨୦୨୫ରେ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଚାଷୀ ସମାବେଶ ତା.୧୨.୦୮.୨୦୨୫ ସମ୍ପର୍କରେ ଆଲୋଚନା କରାଗଲା । ସରକାର ବର୍ତ୍ତମାନ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଣୁ ଏଭଳି ପରିସ୍ଥିତିରେ ଚାଷୀ ସମାବେଶ ବର୍ତ୍ତମାନ ଆବଶ୍ୟକ ନ ଥିବାରୁ ଅନୁମାନ କରାଯାଇଛି । ଆଗାମୀ ଦିନରେ ସରକାର ଯଦି ଏହି ଚିନିକଳ ଚଳାଇବା ବିଷୟରେ ବିଳମ୍ବ କରନ୍ତି ତେବେ ଆନ୍ଦୋଳନ ଏବଂ ଚାଷୀ ସମାବେଶ କରାଯିବା ପାଇଁ ସଂଘର୍ଷ ସମିତିର ଆବାହକ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ବିଭୁଦତ୍ତ ମିଶ୍ର, ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି, ଆଶିଷ ପାଣ୍ଡେ, ଗୋପବନ୍ଧୁ ଛତ୍ରିଆ, ନିଳମଣି ଯୋଷୀ, ସୁରଥ ପଟେଲ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସତ୍ୟ ବନଛୋର, ପ୍ରିତମ ଠାକୁର, ଆଲୋକ ପରିଡା, ନରେଶ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଚାଷୀ ସମାବେଶ ଯାହା ପୂର୍ବ ନିର୍ଦ୍ଧାରିତ ଥିଲା ୧୨.୦୮.୨୦୨୫ ତାହା ସ୍ଥଗିତ ରଖାଗଲା ।

nrusinghnath
Leave A Reply

Your email address will not be published.