pakka

୮ ଦଫା ଦାବୀ ନେଇ ବିଇଓ ଅଫିସ ଘେରିଲେ ଶିକ୍ଷକ ଓ କର୍ମଚାରୀ ସଂଘ

bbehera

ନୂଆପଡା, (ନିରାକାର ମେହେର) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ଡାକରାରେ ଆଜି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଜି ପ୍ରାୟ ୧୨ ଘଣ୍ଟା ସମୟରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏକ ରାଲିରେ ଆସି ବିଇଓ ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଶିକ୍ଷକ ନେତାମାନେ ସରକାରଙ୍କ ଅନୁଦାନ ନୀତିକୁ କଠୋର ସମାଲୋଚନା କରିବା ସହିତ ସମସ୍ତ ଦାବୀ ପୂରଣ ପାଇଁ ଚେତାବନୀ ଦେଇଛନ୍ତି । ପରେ ୮ ଦଫା ସମ୍ବିଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ତଥା ଅର୍ଥ ବିଭାଗର ମନ୍ତ୍ରୀ ଓ ସଚିବ ମାନଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୮ ଦଫା ଦାବୀ ସମ୍ବିଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ସମସ୍ତ ୨୬୦୮ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ ଚାକିରି ସତ୍ତାବଳି ସହ ପେନସନ ଲାଗୁ କରିବା, ଚାକିରି କାଳକୁ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ ସରକାରୀ ଘୋଷଣା କରିବା ସହିତ ଖାଲି ପଦବୀ ପୂରଣ କରିବା ଆଦି ୮ ଦଫା ଦାବୀ ଉଲ୍ଲେଖ ରହିଛି । ଆଜିର ଏହି ଘେରାଉରେ ଓଷ୍ଟା ଜିଲ୍ଲା ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀ, ସିନାପାଲି ବ୍ଲକ ଓଷ୍ଟା ସଭାପତି ଅଶ୍ୱିନୀ କୁମାର ଯୋଷୀ, ବ୍ଲକ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅଭିମନ୍ୟୁ ସାହୁ, ରମ୍ଭାବତୀ ମାଝୀ, କିଶୋର ସା, ଦାମୋଦର ମେହେର, ରାଜକୁମାର ତାଣ୍ଡି, ଡିଗ୍ରେଶ୍ୱର୍ ସୁନାନୀ, ପ୍ରଦୀପ ବାରିକ, ସଂଗ୍ରାମ ପ୍ରଧାନ, ଅଖିଳ ଚଂଦ୍ର ପଟେଲ, ବିବେକାନନ୍ଦ ଭୋଇ, ଚିତ୍ତ ରଂଜନ ଠାକୁର, ଅକ୍ଷୟ କୁମାର ରାୟ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.

7 + seventeen =