pakka

ବୋଡେନ ସରସ୍ୱତୀ ଶିଶୁ ମନ୍ଦିରର ୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ସରସ୍ଵତୀ ଶିଶୁ ମନ୍ଦିର ବୋଡ଼େନ ହାଇସ୍କୁଲ ପଡିଆ ଠାରେ ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଜନେଶ୍ୱର ସିଂମଲ୍ଲିକଙ୍କ ଦ୍ଵାରା ଉଦ୍‌ଘାଟନ ହୋଇଯାଇଛି । ପ୍ରଧାନ ଗୁରୁଜୀ ତ୍ରିନାଥ ନାଗ ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବେ ଦକ୍ଷିଣ ପଶ୍ଚିମ ସଂଭାଗ ସମ୍ପାଦକ ଗୟାଧର ମହାନ୍ତି, ପୂର୍ବତନ ସମ୍ପାଦକ ଗଜରାଜ ବଇଠାରୁ, ସମ୍ପାଦକ ହରିସିଂ ମାଝି, ଯୁଗ୍ମ ସମ୍ପାଦକ ଟିକେଶ୍ୱର୍ ନାଗ, କ୍ରୀଡା ଗୁରୁଜୀ ରଞ୍ଜନ ହଂସ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ଉପସ୍ଥିତ ହୋଇ ପୁରସ୍କାର ବଣ୍ଟନ କରିଥିଲେ । ଖେଳରେ ବିଦ୍ୟାଳୟର ୨୩୭ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ୪୨ଗୋଟି ଖେଳ ହୋଇଥିଲା । ସଭା ଶେଷରେ କମିଟି ଯୁଗ୍ମ ସମ୍ପାଦକ ଟିକେଶ୍ୱର୍ ନାଗ ଧନ୍ୟବାଦ ଦେଇଥିଲେ । ଗୁରୁଜୀ ଗୁରୁମା ଖେଳରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 + 19 =