jsm

ଜିଲ୍ଲା ଯାଦବ ସମାଜ ତରଫରୁ ସଇଁତଲା ବ୍ଲକର ଜଣେ ଜିଲ୍ଲା ପରିଷଦ ସଦସ୍ୟା ଓ ୨ ଜଣ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ତରଫରୁ ଆଜି ସଇଁତଲା ବ୍ଲକର ନବନିର୍ବାଚିତ ଯାଦବ ଲୋକ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବଲାଙ୍ଗିର ଯାଦବ ଭବନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଯାଦବ ସମାଜର ସଭାପତି ପରମାନନ୍ଦ ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବଲାଙ୍ଗିର ତହସିଲଦାର ମଘବାନ ବାଗ, ଜିଲ୍ଲା ସଂଯୋଜକ ମନୋଜ ହାତୀ, ଯାଦବ ସମାଜ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ବାଗ, ସତ୍ୟନାରାୟଣ ବାଗ, ଦିଲୀପ ରାଜପଲିଆ, ଗୋଲାପ ବାଗ, ଦମୟନ୍ତୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ସଇଁତଲା ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ରୀତାଞ୍ଜଳି ଥପା, ସଇଁତଲା ସରପଞ୍ଚ ସୁବ୍ରତ ନାଗ, ତାଲବାହାଲ ସରପଞ୍ଚ ନନ୍ଦି କିଶୋର ବଗର୍ତ୍ତିଙ୍କୁ ମାନପତ୍ର ସହ ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଇଁତଲା ବ୍ଲକରେ ଯାଦବ ଭୋଟର ଅଧିକ ଥିଲେ ମଧ୍ୟ ସମାଜର ଲୋକଙ୍କ ମଧ୍ୟରେ ଏକତା, ନିଷ୍ଠା ଓ ଦୂରଦର୍ଶିତାର ଅଭାବ ଯୋଗୁଁ ନିର୍ବାଚନରେ ଅଧିକ ସଂଖ୍ୟକ ଯାଦବ ପ୍ରାର୍ଥିମାନେ ପରାଜୟ ବରଣ କରୁଛନ୍ତି ବୋଲି ସମ୍ବର୍ଦ୍ଧନା ଉତ୍ସବରେ ଲୋକ ପ୍ରତିନିଧି ମାନେ ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ପରେ ସଇଁତଲା ଅଞ୍ଚଳ ଯାଦବ ମହଲରେ ବେଶ ଉତ୍ସାହ ଦେଖାଦେଇଛି ।

yuvodaya
Leave A Reply

Your email address will not be published.