pakka

ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି

କଟକ : ଚଳିତ ମଇ ମାସ ୧୫/୫/୨୦୨୨ ତାରିଖରେ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨, କଟକର ବିଜୁପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେବାକୁଯାଉଛି । ଉକ୍ତ ଅବସରରେ ଅନୁଷ୍ଠାନ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାମଗ୍ରିକ ଭାବେ ଅନେକ ବର୍ଷ ମହିମା ଧର୍ମ ଏବଂ ସନ୍ଥ କବିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧି ମୁତାବକ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହୋଇ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ବିଷ୍ଣୁପଦ ସେଠୀ (ଆଇ.ଏ.ଏସ)ଙ୍କୁ ସନ୍ଥ ଭୀମପ୍ରଭା ସମ୍ମାନ ୨୦୨୨ ପ୍ରଦାନ କରାଯିବ । ପଦ୍ମଶ୍ରୀରେ ସମ୍ମାନିତ ହୋଇଥିବା ଏବଂ ଭୀମଭୋଇଙ୍କ ଅନେକ ଭଜନ ଗାନ କରିଥିବାରୁ ଶ୍ରୀମତୀ ଶ୍ୟାମାମଣି ଦେବୀଙ୍କୁ ସନ୍ଥ ଭୀମପ୍ରଭା ସମ୍ମାନ ୨୦୨୨ ପ୍ରଦାନ କରାଯିବ ବୋଲି ସନ୍ଥ କବି ଭୀମ ଭୋଇ ପରିଷଦର ପରିଚାଳନା କମିଟି ମତବ୍ୟକ୍ତ କରିଛନ୍ତି । ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପକ୍ଷରୁ କୁହାଯାଇଛି ଯେ, ଆମ ପାଖରେ ୫୦୦ରୁ ଅଧିକ ବ୍ୟକ୍ତିଗତ ବିବରଣୀ ଆସି ପହଞ୍ଚିଛି । ଓଡ଼ିଶାରେ ଗୋଟିଏ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବା ପାଇଁ ସବୁଠାରୁ ଅଧିକ ସଂଖ୍ୟକ ସାହିତ୍ୟିକ ଏବଂ ଆଧ୍ୟାତ୍ମିକ ପ୍ରେମୀ ଆଗ୍ରହ ପ୍ରକାଶ କରିଛନ୍ତି । ସାହିତ୍ୟରେ ଆଧ୍ୟାତ୍ମିକତାର ପ୍ରଭାବ ସମସ୍ତେ ଅନୁଭବ କରି ପାରୁଥିବେ । ଖୁସିର କଥା ପ୍ରାୟ ୩୫୦ ଜଣ ସମ୍ବର୍ଦ୍ଧନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯେହେତୁ ଏହା ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମସ୍ତ ପ୍ରେରିତ ପ୍ରତିଭା ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯିବ । ବ୍ୟକ୍ତିଗତ ତଥ୍ୟ ପ୍ରେରଣ କରିଥିବା ସମସ୍ତ ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

11 − 6 =