pakka

ପାଟଣାଗଡ଼ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଆଦିବାସୀ କଲ୍ୟାଣ ସଂଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ସଭା

bbehera
  • ଆଦିବାସୀ, ଦଳିତ, ପଛୁଆ ତଥା ଜନସାଧାରଣ ସହ ସମଗ୍ର ଅଞ୍ଚଳର ଅଭାବ ଅନାଟନ କଥା ରାଜ୍ୟ ସଭାରେ ଉଠାଇବି ରାଜ୍ୟସଭା ସାଂସଦ : ଶ୍ରୀ ବିଶି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରେ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ହେତୁ ଆଜି ପାଟଣାଗଡ଼ ଆଦିବାସୀ ସଂଘ ସହ ବିଭିନ୍ନ ସଂଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟଣାଗଡ଼ ରାମପୁରଠାରୁ ବ୍ରହ୍ମପୁରା ସୁଭଦ୍ରା ଭବନ ପର୍ଯ୍ୟନ୍ତ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ଗଡଭିତର ସ୍ଥିତ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ଵରୀଙ୍କ ଦର୍ଶନ କରିବା ସହ ଧୁମାଭଟା ଛକଠାରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ବ୍ରହ୍ମପୁରା ସ୍ଥିତ ସୁଭଦ୍ରା ଭବନଠାରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆୟୋଜିତ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଆଦିବାସୀ ସଂଘ ବ୍ଲକ ସଭାପତି ଅଷ୍ଟରତ୍ନ ବରିହା ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଏନ୍‌ଏସି ସଭାପତି ଚନ୍ଦ୍ରମଣି ଶବର, ଲକ୍ଷେ ଘର ଗଣ୍ଡା ସମାଜର ଦିଗଶନ ନନ୍ଦ, ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା ପୁରୋଷୋତ୍ତମ ଧରୁଆ ଉପସ୍ଥିତ ଥିଲେ । ପାଟଣାଗଡ଼ ବ୍ଲକ ସରପଞ୍ଚ ସଂଘ, ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଯୁବ ପତ୍ରକାର ସଂଘ, ପ୍ରେସ କ୍ଲବ ସାମ୍ବାଦିକ ସଂଘ, ଉପଖଣ୍ଡ ସାମ୍ବାଦିକ ସଂଘ ଓ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦଳିତ, ପଛୁଆବର୍ଗ, ଆଦିବାସୀ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତଥା ଚାଷମାନଙ୍କ ସମସ୍ୟା, ଶିକ୍ଷା, ସ୍ଵାସ୍ଥ୍ୟ, ରାସ୍ତା, ପାନୀୟ ଜଳ ଆଦି ସମସ୍ୟାର ସମାଧାନ ଏବଂ ଅଞ୍ଚଳର ବିକାଶ ତଥା ସମଗ୍ର ପଶ୍ଚିମ ଓଡ଼ିଶା ବିକାଶ ଦିଗରେ ପ୍ରସଙ୍ଗ ଉଠାଇବି ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳର ବିକାଶ ଦିଗରେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ମରୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷିନୀ ବିଶି, ଆଦିବାସୀ କଲ୍ୟାଣ ସଂଘ ସଂପାଦକ ସାରଥୀ ବାଗ, ଧବଲେଶ୍ୱର ଭୋଇ, ଘନ ଭୋଇ, ଲଲିତ ମଲ୍ଲିକ, ଲେକୃ ଧରୁଆ, ଗନ୍ଧର୍ବ ବରିହା, କ୍ଷମା ବରିହା, ଗୌରୀ ଶଙ୍କର ବରିହା, ବିପିନ ବରିହା, ମେଘ ବର୍ଗେ, ଗଦି ବରିହାଙ୍କ ସମେତ ୨ ହଜାରରୁ ଅଧିକ ଆଦିବାସୀ, ନିର୍ବାଚିତ ଜନ ପ୍ରତିନିଧି, ଜନସାଧାରଣ ସାମିଲ ହୋଇଥିଲେ । ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

nineteen + 18 =