ଡ୍ରେନ୍ ପାଣି ନିଷ୍କାସନରେ ବାଧା : ପ୍ରଶାସନିକ ଅଧିକାରୀଙ୍କୁ ସରପଞ୍ଚଙ୍କ ନିବେଦନ, ଡ୍ରେନ୍‌ରେ ପଡିଥିବା ମାଟି ଉଠାଇବା ପରେ ପାଣି ନିଷ୍କାସନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମର ଡ୍ରେନ୍‌ରେ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ନିଜ ଘର ସମ୍ମୁଖ ଦେଇ ଯାଇଥିବା ଡ୍ରେନ୍‌ରେ ବାଲି ମାଟି ପକାଇ ଦେଇଥିଲେ । ଫଳରେ ଗ୍ରାମର ବିଭିନ୍ନ ସାହିପଡିସାରୁ ଯାଉଥିବା ଅଳିଆ ଆବର୍ଜନା ପାଣି ନିଷ୍କାସନ ନହୋଇ ଗୋଟିଏ ସ୍ଥାନରେ ଜମାହୋଇ ବିଭିନ୍ନ ଆଡକୁ ଗତିକରି ସେହି ସ୍ଥାନରେ ଶୌଚନୀୟ ଅବସ୍ଥା ହୋଇ ପଡିଥିଲା । ଏନେଇ ଗ୍ରାମବାସୀ କେନ୍ଦୁମୁଣ୍ତା ସରପଞ୍ଚ ମଦନ ଦଣ୍ତସେନାଙ୍କୁ ଅଭିଯୋଗ ଜଣାଇଥିଲେ । ଶ୍ରୀ ଦଣ୍ତସେନା ସ୍ଥାନୀୟ ବ୍ଲକ ପ୍ରଶାସନଙ୍କୁ ଜଣାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଡ୍ରେନ୍‌ରେ ପଡିଥିବା ମାଟିକୁ ଜେସିବି ସାହାର୍ଯ୍ୟରେ ଉଠା ଯାଇଥିଲା । ସୂଚନା ଅନୁସାରେ ମାସ ମାସ ଧରି ଧିଙ୍ଗିଆମୁଣ୍ତା ଗ୍ରାମର କଲଭଟ ଡ୍ରେନ୍‌ରେ ଜୈନିକ ବ୍ୟକ୍ତି ନିଜ ଘର ସମ୍ମୁଖରେ ଡ୍ରେନ୍ ଥିବାରୁ ବାଲି ମାଟି ପକାଇ ଦେଇଥିଲା । ଫଳରେ ଡ୍ରେନ୍‌ରେ ଯିବା ପାଣି ନିଷ୍କାସନରେ ବାଧାପ୍ରାପ୍ତ ହୋଇଥିଲା । ଏନେଇ ଗ୍ରାମବାସୀ ଉକ୍ତ ବିଷୟରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଦଣ୍ତସେନାଙ୍କୁ ଜଣାଇଥିଲେ ।
ହେଲେ ସରପଞ୍ଚ ବାରମ୍ବାର ସେହି ଲୋକଙ୍କୁ ବାଲି ମାଟି ଘୁଞ୍ଚାଇବାକୁ କହିଥିଲେ । ହେଲେ ନ ଘୁଞ୍ଚାଇବାରୁ ଶ୍ରୀ ଦଣ୍ତସେନା ସିନାପାଲି ବ୍ଲକ ତହସିଲ ଅଫିସ ସମେତ ସିନାପାଲି ଥାନା ଓ ପିଡବ୍ଲୁଡି ବିଭାଗକୁ ଜଣାଇଥିଲେ । ଏନେଇ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଡ୍ରେନ୍‌ରୁ ଗତ ଗୁରୁବାର ଦିନ ମାଟି ଉଠାଯାଇଥିଲା । ମାଟି ଉଠାଇବା ପରେ ଅଳିଆ ଆବର୍ଜନା ପାଣି ନିଷ୍କାସନ ହୋଇଥିବାରୁ ଗ୍ରାମବାସୀ ଶ୍ରୀ ଦଣ୍ତସେନା ସମେତ ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦୁମୁଣ୍ତା ସରପଞ୍ଚ ମଦନ ଦଣ୍ତସେନା ସମେତ ସିନାପାଲି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି, ସିନାପାଲି ପୋଲିସ ଏଏସ୍‌ଆଇ ପ୍ରଭାକର, ପିଡବ୍ଲୁଡି ଜେଇ ଶ୍ରୀ ଶବର, କେନ୍ଦୁମୁଣ୍ତା ଆରଆଇ, ସମିତି ସଭ୍ୟା ତୁଲସେ ଖର୍ସେଲ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 8 =