ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟ୍ରୁନେଟ୍ ମେସିନ୍‌ର ଶୁଭାରମ୍ଭ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମନ୍ୱିତ ପରୀକ୍ଷାଗାରରେ ଟ୍ରୁନେଟ୍ ମେସିନ୍‌ର ଶୁଭାରମ୍ଭ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମନ୍ୱିତ ପରୀକ୍ଷାଗାରରେ ଟିବି ଟେଷ୍ଟ କରିବାର ମେସିନ୍ ବ୍ୟବସ୍ଥା ନଥିଲା, ଯାହା ଫଳରେ ଏହି ଅଞ୍ଚଳର ଟିବି ଲକ୍ଷଣ ଦେଖାଯାଉଥିବା ଲୋକେ ଏହି ଚିକିତ୍ସାରୁ ବଞ୍ଚିତ ରହୁଥିଲେ । ଯାହା ଫଳରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲୋକେ ଯାଇ ଟିବି ଟେଷ୍ଟ ହେଉଥିଲେ । ହେଲେ ବର୍ତ୍ତମାନ ଏହି ଟିବି ଲକ୍ଷଣ ଥିବା ରୋଗୀଙ୍କ ଟିବି ଟେଷ୍ଟ ପାଇଁ ମେସିନ୍‌ର ସୁବ୍ୟବସ୍ଥା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହୋଇଯାଇଛି । ଏହି ମେସିନ୍ ହେବା ଦ୍ୱାରା ସିନାପାଲି ଅଞ୍ଚଳର ହଜାର ହଜାର ଲୋକ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି । ଦୂରଦୂରାନ୍ତରକୁ ଏବେ ଆଉ ଯିବାକୁ ପଡିବନି ବୋଲି ଜଣାପଡିଛି । ଉକ୍ତ ମେସିନ୍‌କୁ ଗତ ଗୁରୁବାର ଦିନ ଶୁଭାରମ୍ଭ କରିଥିବା ବେଳେ କେବଳ ୨ ଜଣ ଲୋକଙ୍କ ଟିବି ଲକ୍ଷଣ ଥିବା ଜାଣି ଟିବି ଟେଷ୍ଟ କରିଥିବା ବେଳେ କେବଳ ଜଣେ ମାତ୍ର ଟିବି ଆକ୍ରାନ୍ତ ହୋଇଥିବା ବିଭାଗ ତରଫରୁ ସୂଚନା ମିଳିଛି । ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ମେସିନ୍ ହେବା ଦ୍ୱାରା ଆମ ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସୁବିଧା ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି ।

Leave A Reply

Your email address will not be published.

4 × three =