pakka

ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଶାର ଝିଅଙ୍କୁ ସମର୍ଥନ କରନ୍ତୁ : ନବୀନ

bbehera

ଭୁବନେଶ୍ୱର : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ପାଇଁ ନିବେଦନ କରିଛନ୍ତି । ଆଜି ଟ୍ୱିଟ୍ ଜରିଆରେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବାକୁ ନବୀନ ନିବେଦନ କରିଛନ୍ତି । ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶା ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ ଯେ ଆମ ମାଟିର ଝିଅ ଦେଶର ସର୍ବୋଚ୍ଚ ପଦବୀ ପାଇବାକୁ ଯାଉଛନ୍ତି । ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ତାଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ନବୀନ ।

Leave A Reply

Your email address will not be published.

nineteen − 10 =