ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର : ବିଶୋଇ ଥାନା ଅଧୀନ ମଣଦାଠାରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ମୃତକ ହେଲେ ମଣଦା ଅଂଚଳର ସୁଶାନ୍ତ ଗିରି ଓ ଜଲେ ପିଙ୍ଗୁଆ । କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତରେ ସୁଶାନ୍ତ ଓ ଜଲେଙ୍କ ମୃତ୍ୟୁ ଘଟିଥିଲା । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଯାଇଛି ।

Leave A Reply

Your email address will not be published.

three × 5 =