oom

ଏକ ଦିବସୀୟ ଫ୍ରେଣ୍ଡ୍‌ସିବ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମା‌ପ୍ତ

jsmm

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଫ୍ରେଣ୍ଡ୍‌ସିବ ଷ୍ଟାର ଆନୁକୁଲ୍ୟରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାବୁନ ବୁରେଇ ଖେଳପଡିଆରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଆଠଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସିକୁଆଁ ଦଳ ଓ ରୁଣିମହୁଲ ଦଳ ମଧ୍ୟରେ ଫାଇନାଲ ଖେଳ ହେବା ସହ ମ୍ୟାଚ ଏକ ସଂଘର୍ଷ ପୂର୍ଣ୍ଣ ଭାବରେ ଡ୍ର ହୋଇଥିବା ବେଳେ କମିଟିର ନିର୍ଦେଶ ଅନୁଯାୟୀ ତିନୋଟି ବଲ ଦିଆଯାଇଥିଲା ଓ ସେଥିରେ ସିକୁଆଁ ଦଳ ବିଜୟୀ ଲାଭ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ସାମାଜିକ ଦୁରତା ଅବଳମ୍ବନ କରି ଅଞ୍ଚଳର ସମାଜସେବୀ ଅଶୋକ ପାତ୍ର, ଯୁବ ସାମ୍ବାଦିକ ସୁଶାନ୍ତ କୁମାର ମେହେର, ବୁଢାବାହାଳ ସରପଞ୍ଚ କପିଳ ଭୋଇ, ରାଜୁ ସାହୁ ଆତିଥ୍ୟ ଗ୍ରହଣ କରିଥିବା ବେଳେ ଅଞ୍ଚଳ ପୂର୍ବତନ କ୍ରିକେଟ ଖେଳାଳୀ ରୁନା ତାଣ୍ଡି ଓ ବସନ୍ତ ବାରିକ ଖେଳ ପରିଚାଳନା କରୁଥିଲେ । ଭୀମା ଭୋଇ ଓ ଆକାଶ ପାତ୍ର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଳକ୍ଷ୍ମଣ କୁମାର ମେହେର, ବିକାଶ ମାଝୀ ସ୍କୋରର ଦାୟିତ୍ବ ତୁଲାଇ ଥିଲେ । ଉକ୍ତ ପ୍ରତିଯୋଗିତାରେ ବିଜୟୀ ସିକୁଆଁ ଦଳକୁ ଟ୍ରଫି ସହ ୨୭୦୦ ଟଙ୍କା ଓ ରୁଣିମହୁଳ ଦଳକୁ ଟ୍ରଫି ସହ ୧୭୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନଙ୍ଗ‌ଙ୍କୁ ମେନ୍ ଅଫ୍ ଦ’ ମ୍ୟାଚ ଓ ପ୍ରଦୀପ ବାଗ‌ଙ୍କୁ ସିରିଜ ପ୍ରଦାନ କରାଯାଇଥିଲା । ଆକାଶ କୁମାର, ମଣ୍ଟୁ ମୁଗୁରି, ପଲସ୍ତି ଗଡତ୍ୟା, ଲବ ସାହୁ, ଅମର ସାହୁ, ମୁକେଶ ଠାକୁର, ପପୁନ ସେଠ, ଟୁକୁ ସାହୁ, ଜିତେନ୍ଦ୍ର ମଟାରି, ନୀଳକଣ୍ଠ ଦଣ୍ଡସେନା, ପିଣ୍ଟୁ ଖମାରି, ରିଙ୍କୁ ଗଡତ୍ୟା, ବିକ୍ରମ ସାହୁ, ସୁବାସ ସୁନା, ନିମାଇଁ ମିଶ୍ର , ସର୍ଜନ ମିର୍ଦ୍ଧା ଓ ଅଞ୍ଚଳର ସମସ୍ତ ଯୁବ ଗୋଷ୍ଠୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.