ସମୁଦ୍ରରେ ଚୀନ୍‌ର ଶକ୍ତିଶାଳୀ ଆଣବିକ ବୁଡ଼ାଜାହାଜ : ଭାରତ ଓ ଆମେରିକାର ଟେନସନ ବଢ଼ାଇବ

ନୂଆଦି‌ଲ୍ଲୀ : ସମଗ୍ର ବିଶ୍ୱରେ ଏହାର ଆକ୍ରମଣାତ୍ମକ ନୀତି ପାଇଁ କୁଖ୍ୟାତ ଚୀନ୍ ବର୍ତ୍ତମାନ ସମୁଦ୍ରରେ ଏକ ନୂଆ ଖେଳ ଖେଳୁଛି । ଏହାର ଶକ୍ତିଶାଳୀ ଆଣବିକ ବୁଡ଼ାଜାହାଜ ଗୁପ୍ତ ଭାବରେ ଦକ୍ଷିଣ ଚୀନ୍ ସାଗର, ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରରେ ପରିକ୍ରମା କରୁଛି । ଏହି ବୁଡ଼ାଜାହାଜଗୁଡିକ ଏପରି ଶାନ୍ତ ତରଙ୍ଗର ଜଳରାଶିରେ ପାଟ୍ରୋଲିଂ କରୁଛନ୍ତି ଯେ ସେମାନଙ୍କୁ ଚିହ୍ନଟ ପାଇଁ ଆମେରିକା ନିମନେ୍‌ନ୍ତ ଏକ ଚ୍ୟାଲେଞ୍ଜ ହୋଇ ରହିଛି । ତେବେ ଭାରତରେ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ନୌସେନା ମିଳିତ ଭାବେ ସମୁଦ୍ରରେ ଚାଇନାର ବୁଡ଼ାଜାହାଜ ଖୋଜିବା ପାଇଁ କାର୍ୟ୍ୟ କରୁଛନ୍ତି । ସାମ୍ପ୍ରତିକ ସମୟରେ, ଏହି ଚାରି ଦେଶ ମଧ୍ୟରେ ସାମରିକ ସହଯୋଗ ଏବଂ ଗୁପ୍ତ ସୂଚନା ମଧ୍ୟ ବାଣ୍ଟାଯାଉଛି ।

ଚାଇନାର ଏହି ଅତ୍ୟାଧୁନିକ ବୁଡ଼ାଜାହାଜଗୁଡିକ ଟାଇପ୍ 093 ଭାବରେ ଜଣାଶୁଣା । ଏହି ଆଣବିକ ଚାଳିତ ବୁଡ଼ାଜାହାଜକୁ ଶେଙ୍ଗ ଶ୍ରେଣୀର ବୁଡ଼ାଜାହାଜ ମଧ୍ୟ କୁହାଯାଏ । ଚାଇନାର ଜାହାଜ ନିର୍ମାଣ ଶିଳ୍ପ ନିଗମ ଦ୍ୱାରା ଏହି ବୁଡ଼ାଜାହାଜ ନିର୍ମାଣ କରାଯାଇଛି । ଏହି ବୁଡ଼ାଜାହାଜ ସ୍ୱଳ୍ପ ଦୂରଗାମୀ CJ-1500 କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ଦୀର୍ଘ ଦୂରଗାମୀ YJ-18 ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ । ଆଣବିକ ଶକ୍ତି ଅଧୀନରେ ଏହି ଶ୍ରେଣୀର ବୁଡ଼ାଜାହାଜ ସମୁଦ୍ରରେ ମାସ ମାସ ଧରି ତରଙ୍ଗରେ କାର୍ୟ୍ୟ କରିବାକୁ ସକ୍ଷମ । YJ-18 ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ୫୪୦ କିଲୋମିଟର ପର୍ୟ୍ୟନ୍ତ ଆକ୍ରମଣ କରିବାରେ ସକ୍ଷମ ହୋଇଥିବା ବେଳେ CJ-1500 ଦଶ କିଲୋମିଟର ଦୂରତାରେ ଯେକୌଣସି ଲକ୍ଷ୍ୟକୁ ମାରିବାରେ ସକ୍ଷମ ବୋଲି କୁହାଯାଉଛି ।

Leave A Reply

Your email address will not be published.