oom

କରୋନା ସହାୟତା ପ୍ରଦାନ କଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୧୦ରେ ରହୁଥିବା ୧୪୭ ଜଣ ଲୋକଙ୍କୁ କରୋନା ସହାୟତା ପ୍ରଦାନ କରିଛନ୍ତି । କିଛି ମାସ ପୂର୍ବେ ଗେଟସୋବରପଡାରେ ସେଠାକାର ସମସ୍ୟା ଶୁଣିବା ପାଇଁ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ସେହି ସମୟରେ ଏହି ୱାର୍ଡର ୧୦୦ରୁ ଅଧିକ ଗରିବ ଲୋକ ଆସି କରୋନା ମହାମାରୀ ଯୋଗୁଁ ତାଙ୍କର ଜୀବିକା ଉପର୍ଜନରେ ଘୋର ବ୍ୟାଘାତ ଘଟିଛି । ତେଣୁ ତାଙ୍କୁ କିଛି ସହାୟତା ପ୍ରଦାନ କରାଯାଉ ବୋଲି ସେମାନେ ଦାବ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ସେ ଅଂଚଳର ଅନ୍ୟାନ୍ୟ ସମସ୍ୟା ଶୁଣିବା ସହ ନିଜ ବିଧାୟକ ପାଣ୍ଠିରୁ ୧୪୭ ଜଣଙ୍କ ପାଇଁ ସୁଖିଲା ଖାଦ୍ୟ ହିସାବରେ ୨୫ କେଜି ଚାଉଳ ଏବଂ ଦୁଇ କେଜି ଡାଲି ଲେଖାଏଁ ପ୍ରଦାନ କରାଯିବାର ପ୍ରତିଶୃତି ଦେଇଥିଲେ । ଆଜି ପୂର୍ବାହ୍ନ ଘ.୧୧ ସମୟରେ ଗେଟସରୋବରପଡାଠାରେ ପୌର ଅଧିକାରୀ ବିପିନ ଦୀପଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ମିଶ୍ର ଗରିବ ଲୋକଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି । ଏହା ସହ ଗେଟସରୋବର ବନ୍ଧର ଗାଧୁଆ ଘାଟ ସଫା କରିବା ପାଇଁ ମଧ୍ୟ ଅନୁଦାନ ଦିଆସରିଛି ତାର କାମ ମଧ୍ୟ ବହୁ ଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । ଆହୁରି ମଧ୍ୟ ଯଦିଓ ଓଡିଶାରେ କରୋନା ମହାମାରୀର ରୂପ ନିୟନ୍ତ୍ରଣରେ ଅଛି କିନ୍ତୁ ଜାତୀୟସ୍ତରକୁ ଦେଖିଲେ ଦେଶରେ ଏବେ କରୋନା ଉପରମୁହାଁ ହେବାର ଲାଗିଛି । ତେଣୁ ଲୋକେ ସଚେତନ ହୁଅନ୍ତୁ ସେନିଟାଜର ବ୍ୟବହାର କରନ୍ତୁ ଏବଂ ବାହାରକୁ ବାହାରିଲେ ସାମାଜିକ ଦୂରତ୍ୱ ପାଳନ ସହ ପ୍ରତ୍ୟେକ ଲୋକ ମାକ୍ସ ପରିଧାନ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ସଚେତନ କରିଥିଲେ । ଏହି ଅବସରରେ ଏ ଅଂଚଳର ଓମ୍ ପ୍ରକାଶ କୁମ୍ଭାର, ସତ୍ୟନାରାୟଣ କୁମ୍ଭାର, ଅନ୍ତ ମଛଖଣ୍ଡ, ସୀତାରାମ କୁମ୍ଭାର, ଦିଲିପ କୁମ୍ଭାର, ଦିପକ ନାଗ, ମନିନ୍ଦ୍ର କୁମ୍ଭାର, ଦୁଃଖି କୁମ୍ଭାର, ମୁନା କୁମ୍ଭାର, ଦେବାଶିଷ ନାଏକ, ଜୁଲୁ ପଟ୍ଟନାୟକ, ବୁଲୁ ଦାନି, କୈଳାସ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.