pakka

ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସଂଗ୍ରାମୀ ନେତା ସ୍ୱର୍ଗତ ଇଶ୍ଵର ବିଜିରାଙ୍କ ଶ୍ରଦ୍ଧାଞ୍ଜଳି ସଭା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : “ଯାନ ଯାଉ ଯାଉ ଜୀବନ ଯାଉ” ଗନ୍ଧମାର୍ଦ୍ଦନ ବଂଚି ଥାଉ”ର ସକଳ୍ପ ନେଇ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ୧୯୮୦ ଦଶକରେ ଶ୍ରୀମତୀ ଜମ୍ବୋବତୀ ବିଜାରା ଓ ତାଙ୍କ ସ୍ୱାମୀ ସ୍ୱର୍ଗତ ଇଶ୍ଵର ବିଜିରା ବାଲକୋ ହାଟଓ ଆନ୍ଦୋଳନରେ ସାମିଲ ହୋଇଥିଲେ । ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ନିଜ ଘରେ ଈଶ୍ୱର ବିଜିରାଙ୍କ ଗତ ୧୦ ତାରିଖ ଦିନ ଦେହାନ୍ତ ହୋଇ ଯାଇଥିବା ବେଳେ ଆଜି ଡୁଙ୍ଗୁରିପାଲି ଗ୍ରାମଠାରେ ସ୍ୱର୍ଗତ ଇଶ୍ଵର ବିଜିରାଙ୍କ ଉଦ୍ଦେଶ୍ୟରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆହ୍ୱାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର, ପାଇକମାଲ, ଖପ୍ରାଖୋଲ, ଝାରବନ୍ଧ, ପାଟଣାଗଡ ଅଞ୍ଚଳର ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ସାମିଲ ଥିବା ବହୁ ମହିଲା ପୁରୁଷ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭାରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାହାସ ବିହାରୀ ସାହୁ, ଧୀରେନ ମହାନ୍ତି, ଭୀଷ୍ମଦେବ ପଟେଲ, ରାଜେନ୍ଦ୍ର ସେଠ, ଶ୍ରମତୀ ପ୍ରତିମା ବଗାର, ରାଜକୁମାରୀ ବାରିକ, ସାବିତ୍ରୀ ବିଶି ଉପସ୍ଥିତ ଥିଲେ । ସ୍ୱର୍ଗତ ବିଜିରାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜମ୍ବୋବତୀ ବିଜିରା ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି କହିଲେ ଯେ, ମୁଁ ଓ ମୋର ସ୍ୱାମୀ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ଜୀବନ ଦେବା ପାଇଁ ସଂକଳ୍ପ ନେଇଥିବା ମୋ ସ୍ୱାମୀ ତ ଚାଲିଗଲେ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ପର୍ବତରେ କୌଣସି କମ୍ପାନୀକୁ ପ୍ରବେଶ କରିଦେବି ନାହିଁ ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

4 × two =