pakka

ଚୋରା କୋଇଲା ବୋଝେଇ ଟ୍ରକ୍ ଜବତ ସହ ଚାଳକଙ୍କୁ ଗିରଫ କଲା ଚୌଦ୍ୱାର ପୁଲିସ

bbehera

ଚୌଦ୍ୱାର : ଚୋରା କୋଇଲା ବୋଝେଇ କରି ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ଟ୍ରକ୍ ଚାଳକକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଚାଳକ ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ନଦିଆଲି ବସାଡିହ ଗ୍ରାମର ଜାନକୀ ବଲ୍ଳଭ ପଟ୍ଟନାୟକ । ପ୍ରାପ୍ତ ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଏଏସ୍ଆଇ ଯୋସେଫ ଏକ୍କା ଥାନା ପୁଲିସ୍ କର୍ମଚାରୀଙ୍କ ସହିତ ପେଟ୍ରୋଲିଂ କରୁଥିବାବେଳେ ଖୁଣ୍ଟୁଣୀ ଆଡ଼ୁ ଏକ କୋଇଲା ବୋଝେଇ ଟ୍ରକ୍ ଆସୁଥିବା ବିଶେଷ ସୁତ୍ରରୁ ଖବର ପାଇ ୫୫ ନମ୍ବର ଜାତୀୟ ରାଜପଥର ଧୂମାବତୀ ଛକ ନିକଟରେ ଜଗି ରହିଥିଲେ । ରାତି ୧୨ଟା ସମୟରେ ଟ୍ରକ୍ ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ସାଢ଼େ ୨୪ଟନ୍ କୋଇଲା ଥିବା ଜଣା ପଡ଼ିଥିଲା । ଏହି ଟ୍ରକ ଏମସିଏଲ ଭୁବନେଶ୍ୱରୀ ଓସିପି ମାଇନ୍ସରୁ କୋଇଲା ବୋଝେଇ କରି ଆସିଥିବା ଓ ତାହା ତାଳଚେର ବାଇପାସ୍ ନିକଟରେ ଥିବା ଟାଟା ଷ୍ଟିଲ ଲିମିଟେଡ଼ କାରଖାନାକୁ ଯିବାର ଥିଲା ବୋଲି ଜଣା ପଡ଼ିଥିଲା । ହେଲେ ଟ୍ରକ୍‌ ଟି ତାଳଚେର ନଯାଇ ରାସ୍ତା ବଦଳାଇ ମଙ୍ଗୁଳି ଆଡ଼େ କାହିଁକି ଯାଉଥିଲା ବୋଲି ଚାଳକ ଜାନକୀ ବଲ୍ଳଭକୁ ପଚରା ଯିବାରେ ଟ୍ରକ୍ ମଲିକଙ୍କ ନିର୍ଦ୍ଦେଶରେ ଉକ୍ତ କୋଇଲା ବୋଝେଇ ଟ୍ରକକୁ ସେ ମଙ୍ଗୁଳିକୁ ନେଉଥିଲା ଏବଂ ସେଠାରେ ଥିବା ଏକ କୋଇଲା ଡିପୋରେ ତାହା ଖଲାସ କରା ଯାଇଥାନ୍ତା ବୋଲି ପୁଲିସକୁ ସୂଚନା ଦେଇଥିବା ଜଣା ପଡ଼ିଛି । ପୁଲିସ୍ ଟ୍ରକକୁ ଜବତ କରି ଥାନାକୁ ଆଣିବା ସହିତ ଚାଳକକୁ ଅଦାଲତ ଚାଲାଣ କରି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.

3 × 5 =