pakka

ନୂତନ ଗଞ୍ଜାମ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦାୟିତ୍ୱ ଗ୍ରହଣ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଫୋକ୍ସରେ ଆସିଥିବା ତଥା ସାରା ରାଜ୍ୟରେ ଖୁବ ଚର୍ଚ୍ଚାରେ ଆସିଥିବା ଖୋଦ୍‌ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଇତିମଧ୍ୟରେ ବଦଳି ହୋଇଯାଇଛି । ନୂତନ ନିଯୁକ୍ତ ଗଞ୍ଜାମ ଜିଲ୍ଲାପାଳ ୨୦୧୬ ବ୍ୟାଚର ଯୁବ ଆଇ.ଏ.ଏସ୍‌. ଦିବ୍ୟଜ୍ୟୋତି ପରିଡାଙ୍କୁ ଶ୍ରୀ କୁଲାଙ୍ଗେ ସୋମବାର ଆନୁଷ୍ଠାନିକ ଭାବେ ତାଙ୍କ କାର୍ଯ୍ୟଭାର ଦାୟିତ୍ୱ ଅର୍ପଣ କରିଛନ୍ତି । ପ୍ରାରମ୍ଭିକ ଭାବେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପରେ ପ୍ରାକ୍ତନ ଜିଲ୍ଲାପାଳ ବିଜୟ ଅମୃତାଙ୍କୁ ମିଳିତ ଏକ ଭବ୍ୟ ସାମାରୋହରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍‌ଙ୍କ ପୌରହିତ୍ୟିରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଏହି ଉପଲକ୍ଷେ ଏକ ପାରମ୍ପରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରାକ୍ତନ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଉପରେ ଭୂୟସୀ ପ୍ରସଂଶା ସାଂଗକୁ ଉପସ୍ଥିତ ଜିଲ୍ଲାର ବରିଷ୍ଠ ଓ କନିଷ୍ଠ ପଦାଧିକାରୀଙ୍କ ମହଲରେ ବିଦାୟ ସମ୍ବର୍ଦ୍ଧନା ଘେନି କିଛି ସମୟ ଅନେକ ଦୁଃଖରେ ଭାଙ୍ଗିପଡିଥିଲେ ।

Leave A Reply

Your email address will not be published.

four + 2 =