pakka

ଗଞ୍ଜାମରେ ଗଡ଼ିଲା ‘ଆମ କନ୍ୟା, ଆମ ରତ୍ନ’ ସଚେତନତା ଗାଡି : ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମରେ ଗଡ଼ିଲା ଆମ କନ୍ୟା ଆମ ରତ୍ନ ସଚେତନତା ଗାଡି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କନ୍ୟାରତ୍ନ ସଚେତନତା ଗାଡ଼ି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଗୁରୁବାର ଏହାର ଶୁଭାରମ୍ଭ କଲେ । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ, ଏନ୍‌ଜିଓ, ଅନୁଷ୍ଠାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ମୋ ଗେହ୍ଲା ଝିଅ ଓ ନିର୍ଭୟ-କଢ଼ି ଏବଂ ଶିଶୁ ଯୌନ-ନିଯ୍ୟାତନା ରୋକାଯିବା ସମ୍ପର୍କିରେ ଏହି ସଚେତନତା ରଥ ଗ୍ରାମ ଓ ନଗର ଭ୍ରମଣରେ ବାହାରିଛି ବୋଲି ସରକାରୀ ଭାବେ କୁହାଯାଇଛି ।

Leave A Reply

Your email address will not be published.

two × one =