pakka

ବୁଢାବାହାଲ ସମିତି ସଭ୍ୟଙ୍କ ଜନହିତ କାମ ପାଇଁ ପ୍ରଶଂସା

bbehera

ସଇଁତଲା, (ପ୍ରମୋଦ କୁମାର ସେଲମା) : ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ମଣ୍ଟୁ ନାଗ ଖଜୁରପଡା ଗ୍ରାମକୁ ଯାଇ ଲୋକଙ୍କୁ ସମ୍ମାନ କରିବା ସହ ସମସ୍ୟା ବୁଝିଥିଲେ । ଗ୍ରାମରେ ଅନେକ ଦିନରୁ ଅଚଳ ହୋଇଥିବା ଦୁଇଟି ସ୍ଥାନର ଷ୍ଟ୍ରିଟ୍‌ ଲାଇଟ୍‌କୁ ଏକ ଇଲେକ୍ଟ୍ରିସିଏନ୍‌କୁ ଆଣି ମରାମତି କରାଇଥିଲେ । ଆଲୋକ ପାଇବା ପରେ ଗ୍ରାମବାସୀ ଖୁସି ହୋଇଥିଲେ । ଭୋଟରେ ଜିତିବା ପରେ ଲୋକଙ୍କୁ ଭେଟିବା ଏବଂ ନିଜେ ଇଲେକ୍ଟ୍ରିସିଏନ୍‌ ଆଣି ଲାଇଟ ଠିକ୍‌ କରିବା ଭଳି ଲୋକ ସେବା କାର୍ଯ୍ୟ ପାଇଁ ନୂଆଁ ଯୁବ ସମିତି ସଭ୍ୟ ମଣ୍ଟୁ ନାଗଙ୍କ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ପ୍ରଶଂସା କରୁଛନ୍ତି ।

jay balangir
Leave A Reply

Your email address will not be published.

three × four =