csstore

ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରି ଜାତୀୟ ସଂଗୀତ ଗାନ କରିବ କୋସଲ ରାଜ୍ୟ ସମନ୍ୱୟ ସମିତି

  • ଉତ୍କଳ ଦିବସକୁ କଳା ଦିବସ ମାନିବ କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଆସନ୍ତା ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କୋସଲ ଯୁବ ସମନ୍ୱୟ ସମିତିର ସଭାପତି ରିଲୁ ରଥଙ୍କ ଆବାହକତ୍ୱ ଓ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏପ୍ରିଲ-୧ରେ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ କୋସଲ ରାଜ୍ୟ ସମନ୍ୱୟ ସମିତିର ସମସ୍ତ ସଭ୍ୟ ସହ କଳାବ୍ୟାଚ ପରିଧାର କରି ସରକାରର କୁଶ ପୁତ୍ତଳିକା ଦାହ, ବନ୍ଦେ ଉତ୍କଳ ଜନନୀର କ୍ୟାସେଟକୁ ନଷ୍ଟ କରିବା, ଓଡିଶା ମାନଚିତ୍ରକୁ କୋସଲ ରାଜ୍ୟକୁ ପୃଥକ କରିବା ଇତ୍ୟାଦି କାର୍ଯ୍ୟକ୍ରମ ରହିଛି । ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଉଦ୍‌ବୋଧନ ଦେଇ ଯୁବକ ଓ ମହିଳାମାନେ ପୃଥକ ରାଜ୍ୟ ଗଠନର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି କହିଥିଲେ । ଅନ୍ୟାନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବିକ୍ରମ ବହିଦାର, ମନୋରଂଜନ ସାହୁ, ବିଭୁଦତ୍ତ ମିଶ୍ର, ରବି ମିଶ୍ର, ବି.ବି. ପାଣିଗ୍ରାହୀ, ରଣରାଜ ସିଂଦେଓ, ଧିରେନ୍ଦ୍ର ନାରାୟଣ ସିଂଦେଓ, ଅଭିଶେକ ଦାଶ, ସ୍ୱାଧିନ ମିଶ୍ର, ଗୋବର୍ଦ୍ଧନ ପାଣ୍ଡିଆ, କିଶୋର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଯୁବ ସଭାପତି ବିନୋଦ କାଲସାଏ ।

jayashree
Leave A Reply

Your email address will not be published.