jayashree

ଆମ ପୁଲିସର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆମ ପୁଲିସର ବରିଷ୍ଠ ସଦସ୍ୟ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରେ ବିଶିଷ୍ଟ ଅତିଥି ଭାବେ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ଘରୋଇ ହିଂସା, (ପ୍ରୋଟେକ୍ସନ ଅଫ୍ ଡୋମେଷ୍ଟିକ ଭାଉଲେନ୍ସ ଆକ୍ଟ ୨୦୧୨), ନାବାଳକଙ୍କ ଦୃତ ଗାଡି ଚାଳନା,୧୮ ବର୍ଷରୁ ଉର୍ଦ୍ଧ୍ବ ଅର୍ଥାତ୍ ସାବାଳକ ମାନେ ଟ୍ରାଫିକ ନିୟମ ପାଳନ, (ମୋଟର ଭେହିକଲ ଆକ୍ଟ) ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ତଥା ଯୌତୁକ ଦେବା ଓ ନେବା କିପରି ଅପରାଧ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା, ସାଇବର ଠକେଇରୁ କିପରି ବଞ୍ଚିବା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ କାହାର ମୌନିକଟ ଅଧିକାରକୁ ନଷ୍ଟ ନକରିବା ପାଇଁ ଆହ୍ୱାନ ଦେଇଥିଲେ । ସବଇନ୍ସପେକ୍ଟର ରାଜେଶ ବେହେରା ସାଇବର ଠକେଇର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସାମାଜିକ ଅନୁଷ୍ଠାନ ଫାଇଟର ଗୃପର ମୁଖ୍ୟ ସୁମତୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ପୁଷ୍ପଲତା ସାହୁ, ରୀନା ସେଠୀ, ପୁଷ୍ପଲତା ବାରିକ, ରିଙ୍କି କୁମାରୀ, ସୁଜାତା ଜେନା ପ୍ରମୁଖ ଉପସ୍ଥିତ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । କମ୍ୟୁନିଟି ସେଣ୍ଟରର ସମ୍ପାଦକ ସୁବ୍ରତ ଜେନା ମଞ୍ଚାସୀନ ଥିଲା ବେଳେ ଆମ ପୁଲିସର ଅନ୍ୟତମ ସଦସ୍ୟ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିହାର ଦାସ, ସୁବାସ ଚନ୍ଦ୍ର ଗୁପ୍ତା, ଗଣେଶ ଜୟସିଂହ, ଭଗବାନ ବାରିକ, ଶଙ୍କର ସାହୁ, ସୁଶାନ୍ତ ସ୍ୱାଇଁ, ରମେଶ ଯାଦବ, ନିରଞ୍ଜନ ପଲେଇ, ଲିଲିମା ଜୟସିଂହ, ଜାନକୀ ଦେବୀ, ରୀତା ମହାପାତ୍ର, ଲକ୍ଷ୍ମୀଧର ମହାନ୍ତି, ବି ସି ରାଉତରାୟ, ଏ କେ ଜେନା, ନିଗମ ମହାନ୍ତି, ଫକୀର ସେଠୀ, ସୌମ୍ୟରଞ୍ଜନ ମହାନ୍ତି, ରମାକାନ୍ତ ମଲ୍ଲିକ, ଉମାକାନ୍ତ
ଚୌଧୁରୀ, ମନୋରମା ସାହୁ, ଆଶୁତୋଷ ମିଶ୍ର, ପୁଲକିତ ମୋଖନ, ପ୍ରିୟାଂଶ ବାର୍ଲା, ଭୀଷ୍ମ ନାରାୟଣ ସ୍ୱାଇଁ, ଜୟପ୍ରକାଶ ଦିଗାର, କବିନ୍ଦ୍ର ସ୍ୱାଇଁ, ଶିବଶଙ୍କର ପାଲ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଥାନା ପକ୍ଷରୁ ଏସ୍‌କେ ଭଞ୍ଜ, ଅଜିତ ନାଗ ଓ ଶାନ୍ତିଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.