
ରାଉରକେଲା, (ସସ୍ମିତା ପ୍ରଧାନ) : ମା’ ଇନ୍ଦିରା ମହିଳା ସମିତି ଆନୁକୂଲ୍ୟରେ ରାକ୍ଷୀ ମହୋତ୍ସବ ସିଭିଲ ଟାଉନସିପ୍ ସ୍ଥିତ ଯୋଗ ପାର୍କ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ସୁନିଲ କାୟଲ, ବିରେନ୍ ସେନାପତି, ଶ୍ରୀଧର ମଲ୍ଲିକ, ବିଶ୍ୱନାଥ ପରିଡ଼ା, ପିଙ୍କୁ ଜୟସ୍ୱାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ବୃକ୍ଷରେ ରାକ୍ଷୀ ବାନ୍ଧିବା ସହ ବୃକ୍ଷର ସୁରକ୍ଷା ଦେବା ପାଇଁ ମତ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନର ମହିଳା ସଦସ୍ୟମାନେ ସମସ୍ତ ଅତିଥି ଓ ଉପସ୍ଥିତ ବ୍ୟକ୍ତିଙ୍କୁ ରାକ୍ଷୀ ବାନ୍ଧିବା ସହ ବିଭିନ୍ନ ଚାରା ଉପହାର ଦେବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ତରୁଣ କୁମାର, ନନ୍ଦନ ମୁଖାର୍ଜୀ, ଶ୍ରୀକାନ୍ତ ଚୌଧୁରୀ, ବାଳକୃଷ୍ଣ ସାହୁ, ପ୍ରମୋଦ ମହାପାତ୍ର ପ୍ରମୁଖ ସୁନ୍ଦର ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଇ ହେମଲତା, ପ୍ଲାବନୀ ପ୍ରଧାନ, ଡିମ୍ପଲ ସାହୁ, ସାବିତ୍ରୀ ଜୟପୁରିଆ, ମୀନା ସାହୁ, ଲିଲି ସ୍ୱାଇଁ, ସ୍ମିତା ମିଶ୍ର, ବୈଲୋଚନ ସାହୁ ପ୍ରମୁଖ ଓ ଅନୁଷ୍ଠାନର ସମସ୍ତ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତେ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ ।