pakka

ଅଗ୍ନିଶମ ସପ୍ତାହ ପାଳନ ଉପଲକ୍ଷେ ଜନ ସଚେତନତା

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରତି ବର୍ଷ ଦେଶବ୍ୟାପୀ ପାଳିତ ହେଉଛି ଅଗ୍ନିଶମ ସୁରକ୍ଷା ସପ୍ତାହ ଓ ସହୀଦ ଦିବସ ଏପ୍ରିଲ୍ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସପ୍ତାହ ପାଳନ କରାଯାଏ । ଚଳିତ ବର୍ଷର ଥିମ୍‌ ରହିଛି ‘ଆଗ୍ନେୟ ସୁରକ୍ଷା ସୁନିଶ୍ଚିତ କରିବା, ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା’ ଏ ପରିପ୍ରେକ୍ଷୀରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ସପ୍ତାହ ପାଳନ ଅବସରରେ ଆଜି ଖପ୍ରାଖୋଲ ସ୍ଥିତ ଦୀନବନ୍ଧୁ ଫ୍ୟୁଏଲ୍ସ ପେଟ୍ରୋଲ ପମ୍ପଠାରେ ଅଗ୍ନିଶମ ବିଭାଗ ତରଫରୁ ଏକ ମକଡ୍ରିଲ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ କେନ୍ଦ୍ରାଧିକାରୀ ଜୟଗୋପାଳ ପଣ୍ଡାଙ୍କ ନେତୃତ୍ୱରେ ମୁଖ୍ୟ ଆଗ୍ନିକ ପ୍ରକାଶ ସାହୁ, ଦୁର୍ଜନ ପ୍ରସାଦ ହରିଜନ, ଜିତେନ୍ଦ୍ର ସାହୁ, ବେଲାଲ ସିଂ ପୁଟା, ଡ୍ରାଇଭର ସୁବାଷ ବାଗ, ଡ୍ରାଇଭର ହାବିଲଦାର ଘନଶ୍ୟାମ ପଟେଲ ପ୍ରମୁଖ ସ୍ଥାନୀୟ ଜନସାଧାରଣଙ୍କୁ ଅଗ୍ନି ସତର୍କତା ପାଳନ ଓ ଅଗ୍ନି ଦାଉରୁ ମୁକ୍ତି ସମ୍ପର୍କେ ସଚେତନ କରିଥିଲେ । ଏଥି ସହ ଯେକୌଣସି ଅଗ୍ନି ଦୁର୍ଘଟଣା ନଜରକୁ ଆସିଲେ ତୁରନ୍ତ ଖପ୍ରାଖୋଲ ଅଗ୍ନିଶମ କେନ୍ଦ୍ରର ଫୋନ ନମ୍ବର ୮୯୧୭୨୮୭୪୧୦ କିମ୍ବା ୧୧୨କୁ ଖବର ଦେବାକୁ ନିବେଦନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ଅଞ୍ଚଳରେ ଘଟୁଥିବା ସଡକ ଦୁର୍ଘଟଣା, ଅଗ୍ନିକାଣ୍ଡ ଘଟଣା ଓ ଅନ୍ୟାନ୍ୟ ଅଘଟଣ ବେଳେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ କ୍ରିୟାଶୀଳତା ସହ ନିଷ୍ଠାପର ସହାୟତା ଯୋଗାଇ ଆସୁଥିବାରୁ ଅଞ୍ଚଳବାସୀଙ୍କ ପ୍ରଶଂସାଭାଜନ ହୋଇପାରିଥିବା ଜଣାଯାଇଛି ।

Leave A Reply

Your email address will not be published.

two × 1 =