pakka

ପ୍ରଶାସନର ସମୀକ୍ଷା ବୈଠକ : ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜି ଇସାଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ବିଜୟାନନ୍ଦ ସେଠୀ, ନିର୍ବାଚନ ଖର୍ଚ୍ଚ ତଦାରଖ କମିଟି ନୋଡାଲ ଅଧିକାରୀ ତଥା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ସ୍କୁଆର୍ଡର ଅଧିକାରୀ ଉପସ୍ଥିତ ଥିଲେ । ଫ୍ଲାଇଙ୍ଗ ସ୍କୁଆର୍ଡ, ସହକାରୀ ନିର୍ବାଚନ ଖର୍ଚ୍ଚ ତଦାରଖ ଅଧିକାରୀ, ଷ୍ଟାଟିକ ସରଭେଲିଆନ୍ସ ଟିମ, ଭିଡିଓ ସରଭେଲିଆନ୍ସ ଟିମ୍‌, ଭିଡିଓ ଭିଉଇଂ ଟିମ, ଖର୍ଚ୍ଚ ହିସାବ ଟିମ୍‌ ଆଦି ସାମିଲ ଥିଲେ । ନିର୍ବାଚନ ନିମନ୍ତେ ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୬ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇବ । ତେଣୁ ଏହା ପୂର୍ବରୁ ପ୍ରଶାସନ ଏହି ସମୀକ୍ଷା ବୈଠକ କରିଛି । ନିର୍ବାଚନ ସମୟରେ ପ୍ରଚାର ପ୍ରସାର, ଯାନବାହାନ, ପ୍ରାର୍ଥମାନଙ୍କ ଖର୍ଚ ସୀମା ଓ ପ୍ରିଣ୍ଟିଂ ବ୍ୟାନର, ଅର୍ଥ ବିନିଯୋଗ, ଖାଦ୍ୟପେୟରେ ଖର୍ଚ୍ଚ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ନିର୍ବାଚନକୁ ସ୍ୱଚ୍ଛ ଭାବେ ସମ୍ପାଦନା କରାଇବା ପାଇଁ ଆଲୋଚନା ହୋଇଥିଲା । ଏହା ସହ ସିଭିଜିଲ୍‌ ମାଧ୍ୟମରେ ୧୦୦ ମିନିଟରେ ଆଦର୍ଶ ଆଚରଣ ବିଧିର ଉଲଂଘନ ହେଉଥିବା ଅଭିଯୋଗର ସମାଧାନ ବାବଦରେ ଆଲୋଚନା ହୋଇଥିଲା । ଏହି ଦଳ ସହ ଭିଡିଓ ଉତ୍ତଳନକାରୀ ମଧ୍ୟ ଯିବେ । ଫଳରେ ଉପଯୁକ୍ତ ପ୍ରମାଣ ସହ କୌଣସି ଅପ୍ରୀତିକର ପରିସ୍ଥିତକୁ ଏଡ଼ାଯାଇପାରିବ । ଏହି ଦଳ ଗୁଡିକ ନିର୍ବାଚନ ଶେଷ ଯାଏଁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ଚବିଶ ଘଣ୍ଟିଆ କାର୍ଯ୍ୟକାରୀ କରିବାକୁ ଥିବାବେଳେ ନିର୍ବାଚନ ଘୋଷଣାଠାରୁ ଜିଲ୍ଲା ନିମନ୍ତେ ଗଠିତ ଫ୍ଲାଇଙ୍ଗ ସ୍କୁୱାର୍ଡ ଚବିଶ ଘଣ୍ଟିଆ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

14 − 10 =