pakka

ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ୨୪ / ୭ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଓ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାପିତ କରାଯାଇଛି ଏକ ୨୪ / ୭ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ଆ । ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ନଜର ରଖିବା ପାଇଁ ଏହି ସମନ୍ୱିତ କକ୍ଷକୁ କାର୍ଯ୍ୟକାରୀ କରାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜି ଇଶାଲୱାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କଣ୍ଟ୍ରୋଲ ରୁମ୍‌ଟି କାର୍ଯ୍ୟକାରୀ ହେଉଅଛି । ତାଲିମପ୍ରାପ୍ତ ଅଧିକାରୀଙ୍କର ଏକ ଦଳ ଦ୍ୱାରା ପରିଚାଳିତ ଏହି ନିୟନ୍ତ୍ରଣ କକ୍ଷ ନିର୍ବାଚନ ସମ୍ବନ୍ଧୀୟ ମାମଲାର ତ୍ୱରିତ ଏବଂ ଦକ୍ଷ ସମାଧାନ ସୁନିଶ୍ଚିତ କରିବା ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ ତଦାରଖ ପାଇଁ ନିୟୋଜିତ କରାଯାଇଛି । ଏଥି ସହିତ ନିର୍ବାଚନ ସମ୍ବନ୍ଧୀୟ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ ଟୋଲ୍ ଫ୍ରି ହେଲ୍ପ ଲାଇନ୍ (୧୯୫୦) ମଧ୍ୟ କାର୍ଯ୍ୟକ୍ଷମ କରାଯାଉଛି । ଜନସାଧାରଣ ଏହି ନମ୍ବରକୁ ଯେକୌଣସି ସମୟରେ ଫୋନ୍ କରି ନିଜର ଅଭିଯୋଗ, ସ୍ପଷ୍ଟୀକରଣ କିମ୍ବା ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟା ଏବଂ ଆବଶ୍ୟକତା ସମ୍ପର୍କରେ ମାର୍ଗଦର୍ଶନ ପାଇପାରିବେ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜନସାଧାରଣଙ୍କୁ ଏହି ଟୋଲ୍ ଫ୍ରି ନମ୍ବରକୁ ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ସାହିତ କରାଯାଉଛି । ଏହି କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ହେଲ୍ପ ଲାଇନ୍ ନିର୍ବାଚନ ଅବଧି ସାରା କାର୍ଯ୍ୟକ୍ଷମ ରହିବ ।

Leave A Reply

Your email address will not be published.

seven − six =