pakka

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ପାଚେର ଗ୍ରାମର ଚୈତନ୍ୟ ନାଗ ଓ ଉକ୍ତ ଗ୍ରାମର ଅନିଲ ନିଆଲଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ବୁଧବାର ରାତି ୯ଟାରେ କୌଣସି ଏକ କଥାକୁ ନେଇ ଅନିଲ ଓ ଚୈତନ୍ୟଙ୍କ ମଧ୍ୟରେ ବଚସା ହୋଇ ପରେ ଉଗ୍ରରୂପ ଧାରଣ କରିଥିଲା । ଅଭିଯୁକ୍ତ ଅନିଲ ଚୈତନ୍ୟଙ୍କ ବେକକୁ ଚିପି ଜୀବନରେ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି ଚୈତନ୍ୟ ଖପ୍ରାଖୋଲ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ କେସ୍‌ ନଂ. ୧୦୪/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ସକାଳ ସମୟରେ ଅଭିଯୁକ୍ତ ଅନିଲ ଗ୍ରାମରେ ବୁଲୁଥିବାବେଳେ ଖବରପାଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପୋଲିସ ଟିମ୍‌ ସହ ଗ୍ରାମରେ ଅତର୍କିତ ଚଢାଉ କରି ଅଭିଯୁକ୍ତ ଅନିଲକୁ ଗିରଫ କରି ଭାରତୀୟ ପେନାଲକୋର୍ଡର ଧାରା ୩୪୧/୩୨୩/ ୩୦୭/୫୦୬ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କେସ୍‌ ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seventeen − fourteen =