pakka

ସବାରୀ ଗାଡି ଓଲଟି ୭ ଗୁରୁତର

bbehera

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଜଙ୍ଗଲଭିୟୁ ହୋଟେଲ ନିକଟରେ ବରଯାତ୍ରୀ ଗାଡି ଓଲଟି ୭ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ବାହାଘର ସାରି ୧୩ ଜଣ ବରଯାତ୍ରୀ ଏକ ସବାରୀ ଗାଡି ଯୋଗେ ବାଙ୍ଗିରିପୋଷି ଥାନା କୁସୁମବନ୍ଧ ଗ୍ରାମକୁ ଫେରୁଥିଲେ । ସକାଳ ସମୟରେ ଗାଡି ଚାଳକଙ୍କ ଆଖି ଲାଖିଯିବା ଫଳରେ ଜଙ୍ଗଲଭିୟୁ ହୋଟେଲ ପାଖାପାଖି ଗାଡ଼ିଟି ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ୭ ଜଣ ବରଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ଚାଲିଥିବା ଜଣାପଡିଛି । ଆହତ ଯୁବକମାନେ କୁସୁମବନ୍ଧ ଗ୍ରାମର ଅବିନାଶ ସେଠୀ, ଦୀପକ ଦେହୁରୀ, ବୁଧୁରାମ ବେହେରା, ଶ୍ରୀକାନ୍ତ ବେହେରା, ଜଗନ୍ନାଥ ବେହେରା, ଗୌତମ ବେହେରା ଓ ହେମନ୍ତ ବେହେରା ବୋଲି ପରିଚୟ ମିଳିଛି । ସେପଟେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

10 + 8 =

error: Content is protected !!