pakka

ବିଶ୍ୱ ନର୍ସ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ନର୍ସିଂ ଏମ୍ପ୍ଲଇଜ୍‌ ଆସୋସିଏସନ୍‌ ପକ୍ଷରୁ ଗୁରୁବାର ବିଶ୍ୱ ନର୍ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନର୍ସମାନେ କ୍ୟାଣ୍ଡେଲ୍‌ ଜାଳି ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇବା ସହିତ ରୋଗୀମାନଙ୍କୁ ଯତ୍ନବାନ ଭାବେ ସେବା କରିବାକୁ ଶପଥ ଗ୍ରହଣ କରିଥିଲେ । ପରେ ଅନୁଷ୍ଠିତ ସଭାରେ ବିବିଏମ୍‌ସିଏଚ୍‌ର ସୁପରିନ୍‌ଟେଣ୍ଡେଣ୍ଟ ଡା.ମହେନ୍ଦ୍ର ନାୟକ ମୁଖ୍ୟଅତିଥି ତଥା ଡା.ସ୍ନେହଲତା ସାହୁ, ଡା.ପ୍ରଭାତ ରଥ, ନର୍ସିଂ ସୁପରିନ୍‌ଟେଣ୍ଡେଣ୍ଟ କୌଶଲ୍ୟା ଦୀପ, ଆଶ୍ରିତା ବେକ, ଲିଗାଲ ଆଡ୍‌ଭାଇଜର ବ୍ରଜକିଶୋର ପଣ୍ଡା ସମ୍ମାନିିତ ଅତିଥି ଭାବେ ଯୋଗ ଦେଇଥିଲେ । ନର୍ସିଂ ଆସୋସିଏସନ୍‌ର ସଂପାଦିକା ସବିତା ସେଠ୍‌ ଓ ସଭାପତି ଅଞ୍ଜଳି ସାହୁ ମଞ୍ଚାସିନ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

4 × three =