ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ ଦୁର୍ବୃତ୍ତ

ଖଲ୍ଲିକୋଟ : ଛତ୍ରପୁର ଥାନା ଅଧିନସସ୍ଥ ଦେବୀ ନଗର ଦ୍ଵିତୀୟ ଲାଇନରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଏ. ସୁଲୋଚନା ବଜାରରୁ ପରିବା ଧରି ନିଜ ଘର ରାମକୃଷ୍ଣ ନଗର ଷଷ୍ଠ ଲାଇନକୁ ଏକୁଟିଆ ଚାଲି ଚାଲି ଫେରୁଥିଲେ । ଦେବୀ ନଗର ଦ୍ଵିତୀୟ ଲାଇନରେ ଗୋଟିଏ ବାଇକରେ ଦୁଇ ଜଣ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ଫେରାର ହୋଇଯାଇଥିଲେ । ସେଠାରେ କିଛି ଲୋକ ଦୁବୃର୍ତ୍ତଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ବି କାବୁ କରିପାରିନଥିଲେ । ଲୁଟ୍ ଚେନଟି ତିନି ତୋଳା ସୁନା ହୋଇଥିବା ମହିଳା ଜଣକ କହିଥିଲେ । ଖବର ପାଇଁ ଛତ୍ରପୁର ପୁଲିସ ପହଂଚି ତଦନ୍ତ ଜାରି ରଖିଛି । ଏପିରିକି ନିକଟରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଫେରାର ହେବାର ଦୃଶ୍ୟ ରହିଛି । ଛତ୍ରପୁରରେ ଏବେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ଲୁଟେରା ପ୍ରାଦୃଭାବ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.

4 × five =