ଜଳିଗଲା କେନ୍ଦୁପତ୍ର ଫଡି

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇନ୍ତଳା ବ୍ଲକ୍‌ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜ ଅଧୀନସ୍ଥ ତଥା ଟିକ୍ରାପଡା ସର୍କଲ ଅନ୍ତର୍ଗତ ଲୁଥାକେନ୍ଦ ପତ୍ରଫଡି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିଆଁ ଲାଗିଥିବା ସଂପର୍କରେ ବୁଧବାର ରାତି ପ୍ରାୟ ୧୦ଟାରେ ରେଞ୍ଜ ଅଧିକାରୀ ଫୋନ୍‌ରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ । ମୁରିବାହାଲ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଫଡି ସଂପୂର୍ଣ୍ଣ ପୋଡିସାରିଥିଲା । ଅଗ୍ନିକାଣ୍ଡରେ ପ୍ରାୟ ୭୦ହଜାର ଟଙ୍କା ମୂଲ୍ୟର ପତ୍ର ନଷ୍ଟ ହୋଇଥିବା ଟିକ୍ରାପଡା ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

twelve − three =

error: Content is protected !!