p purohi

ଶିକ୍ଷକ ନାନୁ ଶବରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

dr. purohit

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ଗଇନ୍ଦିମାଲ କ୍ଳଷ୍ଟରର ଗୁର୍ଜିଭଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାନୁ ଶବରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ଶିକ୍ଷକ ଗୋବିନ୍ଦ ହିଆଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ୱର ଖମାରୀ, ସ୍ୱତନ୍ତ୍ର ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ମୁଖ୍ୟ ବକ୍ତା ଭାବରେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ସମ୍ମାନୀତ ଅତିଥି ଭାବରେ ଶିକ୍ଷକ ଯୋଗୀ ବାଗ, ରଘୁମଣି ଭୋଇ, ସିଆରସିସି ଧନସିଂ ମାଝୀ, ହିମାଂଶୁ ମାଝୀ ଯୋଗ ଦେଇଥିଲେ । ଶିକ୍ଷକ ମାୟାଧର ତାଣ୍ଡୀ ସ୍ୱ।ଗତ ଅଭିଭାଷଣ, ପ୍ରକାଶ ମେହେର ସଭା ପରିଚାଳନା ଓ ସୁଧାଂଶୁ ଚରଣ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକତା ଏକ ରାଜକୀୟ ବୃତ୍ତି ଓ ଏହା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ କରିବାରେ ବିଶେଷ ସହଯୋଗ କରିଥାଏ । ଏହାକୁ ଶ୍ରୀ ଶବର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଜର ପରିଶ୍ରମ ଫଳରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଛନ୍ତି ବୋଲି ଅତିଥି ଗଣ ତାଙ୍କ ବକ୍ତବ୍ୟରେ ପରି ପ୍ରକାଶ କରିଥିଲେ । ତାଙ୍କ ସମ୍ବର୍ଦ୍ଧନା ସଭାରେ ଭୂତପୂର୍ବ ଛାତ୍ରଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ତାଙ୍କର ଭୂୟସୀ ପ୍ରଂଶସା କରିବା ସହିତ ଉପହାର ପ୍ରଦାନ କରିଥିଲେ । ଏହି ସଭାରେ ଗଇନ୍ଦିମାଲ କ୍ଳଷ୍ଟରର ଶିକ୍ଷକ ବୈବସୁତ ବାଗ, ଛାୟାକାନ୍ତ ସେଠ, ଭୀଷ୍ମ କଟା, ଦୀପକ ବେହେରା, ସରୋଜ ମେହେର, ସୌମ୍ୟ ରଞ୍ଜନ ପ୍ରଧାନ, ରୋହିତ କୁମାର ପ୍ରଧାନ, ଅନନ୍ତ ଟାକରୀ, ବଳଦେବ ସୁନା, ଦୀପିକା ଜ୍ୟୋତି ମାଝୀ, ନମିତା ପଧାନ, ଜଗମୋହନ ସେଠୀ, ସୁରେନ୍ଦ୍ର ବେହେରା, ଚନ୍ଦ୍ରଶେଖର ସାହାଣୀ, ଦୀପକ ନାୟକ, ଥୟମତି ବରିହା, ଆଦି ଯୋଗଦେଇଥିଲେ ।

nrusinghnath
Leave A Reply

Your email address will not be published.