ଦାଦନ ଶ୍ରମିକ ଭାବେ ଗଲେ, ଶବ ହୋଇ ଫେରିଲେ : ମୃତଦେହକୁ ରଖି ଥାନା ଆଗରେ ରାସ୍ତା ଅବରୋଧ

ନୂଆପଡା, (ଗୁରୁଦୟାଲ ହଂସ) : ଦାଦନ ଦୁଃଖ ଯାଉନି ଏ ମାଟିରୁ । ପ୍ରତ୍ୟହ ଦାଦନ ଶ୍ରମିକ‌ଙ୍କ କିଛି ନା କିଛି ସମସ୍ୟାରେ କୁରୁଳୁଛି ଅଂଚଳ । ସଂପୃକ୍ତ ଜିଲା ଖଡିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମବାସୀ ଓ ନୂଆପଡା ଜିଲା ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତାମାନେ ମୃତ ଦାଦନ ଶ୍ରମିକଙ୍କ ଶବକୁ ରଖି ଖଡିଆଳ ସହରର ଥାନା ଛକ ନିକଟରେ ଜାତୀୟ ରାଜପଥକୁ ଅବରୋଧ କରିବା ସହ ପ୍ରତିବାଦ ଜଣାଇଥିଲେ । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୨ ଘଣ୍ଟାରୁ ୪ ଘଣ୍ଟା ପର୍ୟ୍ୟନ୍ତ ରାସ୍ତାରୋକ ହୋଇଥିଲା । ମୃତ ଦାଦନ ଶ୍ରମିକଙ୍କ ପରିବାରଙ୍କୁ ଦାଦନ ସର୍ଦାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପଅଦାନ, ହତ୍ୟା ମାମଲା ରୁଜୁ, ଦାଦନ ଦଲାଲଙ୍କୁ ତୁରନ୍ତ ଗିରଫ କରଯିବା ଆଦି ଦାବୀ କରାଯାଇଥିଲା । ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ଘଟଣା ‌ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିବା ଖବରରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଣୀମୁଣ୍ଡା ଗରଁର ମନୋଜ ହିଆଲ ନାମକ ଜଣେ ଯୁବକ ଚଳିତ ମାସ ୫ ତାରିଖ ଦିନ ହଇଦ୍ରାବାଦକୁ ଦାଦନ ଖଟିବାକୁ ବାହାରିଥିବା ବେଳେ ୭ ତାରିଖ ଦିନ ହାଇଦ୍ରାବାଦର ଇନ୍ଦ୍ରମପାଟନମ ଥାନା ସ୍ଥିତ ପିତୁଲା ଗ୍ରାମରେ ରହିଥିବା ଇଟାଭାଟିରେ ପହଞ୍ଚିଥିଲେ । ମନୋଜ କାମ ଆରମ୍‌ମ୍ଭ କରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ଅନ୍ୟମାନେ ଏନେଇ ମାଲିକଙ୍କୁ ମଧ୍ୟ ଖବର ଦେଇଥିଲେ ବି ମାଲିକ ମନୋଜକୁ ଉଚିତ ସ୍‌ସ୍ୱାସ୍‌ସ୍ଥ୍ୟ ସେବାର ବ୍ୟବସ୍ଥା କରି ନଥିଲେ । ଫଳରେ ମନୋଜଙ୍କ ଗତ ୧୫ ତାରିଖ ଦିନ ମୃତ୍ୟୁ ହୋଇଥିଲା ବୋଲି ମନୋଜଙ୍କ ଭାଇ ତୁକାରାମ ହିଆଲ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.