jayashree

ମାଆ ଡୋକରୀଙ୍କ ମହାଅଷ୍ଟମୀ ପୂଜା ଚଳଚଞ୍ଚଳ ଶକ୍ତି ପୀଠ

ଜୟପାଟଣା, (ଶେଷଦେବ ବେହେରା) : ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ୱାରା ପୂଜା ପାଇ ସାମଗ୍ରିକ ମହୁଲ ପାଟ ଅଚଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ବିଶ୍ଵାସର କେନ୍ଦ୍ରବିନ୍ଦୁ ପାଲଟି ଥିବା ବାଉଁଶ ବଣର ଦେବୀ ମାଆ ଡୋକରିଙ୍କ ମହାଅଷ୍ଟମୀ ପୂଜା ପାଇଁ ପ୍ରସ୍ତୁତି ଚୁଡାନ୍ତ ହେବା ସହିତ ସମଗ୍ର ଅଚଳ ଚଳ ଚଞ୍ଚଳ ହୋଇ ଉଠିଛି । ଜୟପାଟଣା ପୂର୍ବରେ ଅବସ୍ଥିତ ଉଦୟଗିରି ପାହାଡର ପାଦ ଦେଶରେ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ତାଳ ଗୁଡ଼ ଗ୍ରାମରେ ମାଆଙ୍କ ମନ୍ଦିର । ଚିରସ୍ରୋତା ଛଞ୍ଚାଣ ଗାଢ଼ ଝରଣା ସାଙ୍ଗକୁ ପାହାଡର ଶୀର୍ଷରେ ରହିଥିବା ଐତିହାସିକ ଠୁଙ୍ଗି ଗଡ ଶ୍ରଦ୍ଧାଳୁଙ୍କୁ ଅନେକ ପ୍ରଭାବିତ କରିଥାଏ । ଅନେକ କିମ୍ବଦନ୍ତୀର ଏହି ପ୍ରଭାବଶାଳୀ ପୀଠ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିପଦାରୁ ମସ୍ତକ ରୋପଣ ପରେ ମା’ଙ୍କ ସାର୍ବଜନୀନ ଦର୍ଶନ ଆରମ୍ଭ ହୋଇଥାଏ । ମସ୍ତକ ରୋପଣ ପରେ ମାଆ ଦକ୍ଷିଣ କାଳୀଙ୍କ ଅନୁରୂପ କାନ୍ତିରେ ଦୃଶ୍ୟମାନ ହୋଇଥାଆନ୍ତି । ମହାଳୟା ମଧ୍ୟ ରାତ୍ରୀରେ ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରୁ ମାଟି ଆଣି ମା’ଙ୍କ ମସ୍ତକ ରୋପଣ ପରେ ପୂଜନୋଉତ୍ସବ ଆରମ୍ଭ ହୋଇଥାଏ । ପ୍ରତିପଦାରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ନିୟମିତ ଭାବରେ ବାଳ ଭୋଗ, ଅନ୍ନ ଭୋଗ, ମଧ୍ୟାହ୍ନ ଝାଲେର ଭୋଗ, ରାତ୍ର ଅନ୍ନ ଭୋଗ, ସର୍ବଶେଷରେ ଭକ୍ତି ଭୋଗ ମା’ଙ୍କୁ ଅର୍ପଣ କରାଯାଇଥାଏ । ମା’ଙ୍କୁ ନିୟମିତ ଭାବରେ ପାଇକ ସମ୍ପ୍ରଦାୟର ପୂଜକ ମାନେ ପୂଜାକରି ଆସୁଥିବା ବେଳେ ନବରାତ୍ରୀ ସମୟରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ମାଆ ବନ ଦୁର୍ଗା ମନ୍ତ୍ରରେ ପୂଜା ପାଇଥାନ୍ତି । ମହୁଲ ପାଟ ଜମିଦାରଙ୍କ ପୃଷ୍ଠପୋଷକତାରେ ମନ୍ଦିର ପରିଚାଳିତ ହେଉଥିବା ବେଳେ ରାଣୀ ସୋନମ୍ ସିଂହ ଦେଓ ଓ ଉତ୍ତରାଧିକାରୀ ରାଜା ରଘୁବୀର ପ୍ରତାପ ସିଂହ ଦେଓ ଦାୟିତ୍ଵ ନେଉଥିବା ଦେଖିବାକୁ ମିଳୁଛି । ପାରିବାରର ବରିଷ୍ଠ ସଦସ୍ୟ ସପ୍ତଞ୍ଜୟ ନାରାୟଣ ସିଂହ ଦେଓଙ୍କ ଉପସ୍ଥିତି ପରିଚାଳନାରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ଅଷ୍ଟମୀ ସନ୍ଧ୍ୟାରେ ବାନେର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ପଦରେନ୍‌ଙ୍କ ବିଶାଳ ଲାଠି ଯାତ୍ରାରେ ଅଚଳର ସମସ୍ତ ନିମନ୍ତ୍ରଣ ପାଇଥିବା ଦେବୀ ମାନଙ୍କ ଲାଠି ଯାତ୍ରା ସମସ୍ତ ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଦ୍ୱିଗୁଣିତ କରିଥାଏ । ସମସ୍ତ ଲାଠି ମଧ୍ୟ ରାତ୍ରୀରେ ତାଳ ଗୁଡ଼ ମନ୍ଦିର ପରିସରରେ ପହଞ୍ଚିବା ପରେ ମାଆଙ୍କ ଅଷ୍ଟମୀ ପୂଜାର ଅନ୍ତିମ ପୂଜାର ଶୁଭାରମ୍ଭ ହୋଇଥାଏ । ମାନସିକ ଧାରୀଙ୍କ ଅନେକ ଛାଗ ବଳୀ ପରେ ମହାବଳୀ (ପୋଢ଼ ) ବଳୀ ଦିଆଯାଇଥାଏ । ମାଆ ସମ୍ପୂର୍ଣ୍ଣ ରକ୍ତ ମୁଖା ହେବାପରେ ଦଶମୀ ତିଥିରୁ ନଅ ଦିନ ପାଇଁ ମନ୍ଦିର ପରିସରରେ କଣ୍ଟା ବାଡ଼ ପଡ଼ିଥାଏ । ଦଶମୀ ଦିନ ମାଆଙ୍କୁ ଦଧି ଅନ୍ନ ଭୋଗ ପରେ ମସ୍ତକକୁ ବିସର୍ଜନ କରାଯାଇଥାଏ । ଏହି ନଅ ଦିନର ଅଣସର ପରେ ମାଆ ପୁଣି ପୂଜା ପାଇଥାନ୍ତି । ମା’ଙ୍କ ଦର୍ଶନ ପାଇଁ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏବେ ଅନେକ ପରିବାର ଅନ୍ନ ପ୍ରାସାଦ ଆବଣ୍ଟନ କରିବା ସହିତ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଶୃଙ୍ଖଳା ଦୃଷ୍ଟିଋ ସ୍ଥାନୀୟ ଯୁବକ ମାନେ ଟ୍ରାଫିକ ନିୟନ୍ତ୍ରଣ ଓ ପୋଲିସର ସହାୟତାରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଦାୟିତ୍ଵ ବୁଝୁଥିବା ଦେଖିବାକୁ ମିଳୁଛି । ମନ୍ଦିର ଏବେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସରକାରୀ ସହାୟତା ସହିତ ପର୍ଯ୍ୟଟନର ବିକାଶ ପାଇଁ ଦାବି ହେଉଛି ।ଜୟପାଟଣା, (ଶେଷଦେବ ବେହେରା) : ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ୱାରା ପୂଜା ପାଇ ସାମଗ୍ରିକ ମହୁଲ ପାଟ ଅଚଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ବିଶ୍ଵାସର କେନ୍ଦ୍ରବିନ୍ଦୁ ପାଲଟି ଥିବା ବାଉଁଶ ବଣର ଦେବୀ ମାଆ ଡୋକରିଙ୍କ ମହାଅଷ୍ଟମୀ ପୂଜା ପାଇଁ ପ୍ରସ୍ତୁତି ଚୁଡାନ୍ତ ହେବା ସହିତ ସମଗ୍ର ଅଚଳ ଚଳ ଚଞ୍ଚଳ ହୋଇ ଉଠିଛି । ଜୟପାଟଣା ପୂର୍ବରେ ଅବସ୍ଥିତ ଉଦୟଗିରି ପାହାଡର ପାଦ ଦେଶରେ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ତାଳ ଗୁଡ଼ ଗ୍ରାମରେ ମାଆଙ୍କ ମନ୍ଦିର । ଚିରସ୍ରୋତା ଛଞ୍ଚାଣ ଗାଢ଼ ଝରଣା ସାଙ୍ଗକୁ ପାହାଡର ଶୀର୍ଷରେ ରହିଥିବା ଐତିହାସିକ ଠୁଙ୍ଗି ଗଡ ଶ୍ରଦ୍ଧାଳୁଙ୍କୁ ଅନେକ ପ୍ରଭାବିତ କରିଥାଏ । ଅନେକ କିମ୍ବଦନ୍ତୀର ଏହି ପ୍ରଭାବଶାଳୀ ପୀଠ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିପଦାରୁ ମସ୍ତକ ରୋପଣ ପରେ ମା’ଙ୍କ ସାର୍ବଜନୀନ ଦର୍ଶନ ଆରମ୍ଭ ହୋଇଥାଏ । ମସ୍ତକ ରୋପଣ ପରେ ମାଆ ଦକ୍ଷିଣ କାଳୀଙ୍କ ଅନୁରୂପ କାନ୍ତିରେ ଦୃଶ୍ୟମାନ ହୋଇଥାଆନ୍ତି । ମହାଳୟା ମଧ୍ୟ ରାତ୍ରୀରେ ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରୁ ମାଟି ଆଣି ମା’ଙ୍କ ମସ୍ତକ ରୋପଣ ପରେ ପୂଜନୋଉତ୍ସବ ଆରମ୍ଭ ହୋଇଥାଏ । ପ୍ରତିପଦାରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ନିୟମିତ ଭାବରେ ବାଳ ଭୋଗ, ଅନ୍ନ ଭୋଗ, ମଧ୍ୟାହ୍ନ ଝାଲେର ଭୋଗ, ରାତ୍ର ଅନ୍ନ ଭୋଗ, ସର୍ବଶେଷରେ ଭକ୍ତି ଭୋଗ ମା’ଙ୍କୁ ଅର୍ପଣ କରାଯାଇଥାଏ । ମା’ଙ୍କୁ ନିୟମିତ ଭାବରେ ପାଇକ ସମ୍ପ୍ରଦାୟର ପୂଜକ ମାନେ ପୂଜାକରି ଆସୁଥିବା ବେଳେ ନବରାତ୍ରୀ ସମୟରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ମାଆ ବନ ଦୁର୍ଗା ମନ୍ତ୍ରରେ ପୂଜା ପାଇଥାନ୍ତି । ମହୁଲ ପାଟ ଜମିଦାରଙ୍କ ପୃଷ୍ଠପୋଷକତାରେ ମନ୍ଦିର ପରିଚାଳିତ ହେଉଥିବା ବେଳେ ରାଣୀ ସୋନମ୍ ସିଂହ ଦେଓ ଓ ଉତ୍ତରାଧିକାରୀ ରାଜା ରଘୁବୀର ପ୍ରତାପ ସିଂହ ଦେଓ ଦାୟିତ୍ଵ ନେଉଥିବା ଦେଖିବାକୁ ମିଳୁଛି । ପାରିବାରର ବରିଷ୍ଠ ସଦସ୍ୟ ସପ୍ତଞ୍ଜୟ ନାରାୟଣ ସିଂହ ଦେଓଙ୍କ ଉପସ୍ଥିତି ପରିଚାଳନାରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ଅଷ୍ଟମୀ ସନ୍ଧ୍ୟାରେ ବାନେର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢ଼ୀ ପଦରେନ୍‌ଙ୍କ ବିଶାଳ ଲାଠି ଯାତ୍ରାରେ ଅଚଳର ସମସ୍ତ ନିମନ୍ତ୍ରଣ ପାଇଥିବା ଦେବୀ ମାନଙ୍କ ଲାଠି ଯାତ୍ରା ସମସ୍ତ ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଦ୍ୱିଗୁଣିତ କରିଥାଏ । ସମସ୍ତ ଲାଠି ମଧ୍ୟ ରାତ୍ରୀରେ ତାଳ ଗୁଡ଼ ମନ୍ଦିର ପରିସରରେ ପହଞ୍ଚିବା ପରେ ମାଆଙ୍କ ଅଷ୍ଟମୀ ପୂଜାର ଅନ୍ତିମ ପୂଜାର ଶୁଭାରମ୍ଭ ହୋଇଥାଏ । ମାନସିକ ଧାରୀଙ୍କ ଅନେକ ଛାଗ ବଳୀ ପରେ ମହାବଳୀ (ପୋଢ଼ ) ବଳୀ ଦିଆଯାଇଥାଏ । ମାଆ ସମ୍ପୂର୍ଣ୍ଣ ରକ୍ତ ମୁଖା ହେବାପରେ ଦଶମୀ ତିଥିରୁ ନଅ ଦିନ ପାଇଁ ମନ୍ଦିର ପରିସରରେ କଣ୍ଟା ବାଡ଼ ପଡ଼ିଥାଏ । ଦଶମୀ ଦିନ ମାଆଙ୍କୁ ଦଧି ଅନ୍ନ ଭୋଗ ପରେ ମସ୍ତକକୁ ବିସର୍ଜନ କରାଯାଇଥାଏ । ଏହି ନଅ ଦିନର ଅଣସର ପରେ ମାଆ ପୁଣି ପୂଜା ପାଇଥାନ୍ତି । ମା’ଙ୍କ ଦର୍ଶନ ପାଇଁ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏବେ ଅନେକ ପରିବାର ଅନ୍ନ ପ୍ରାସାଦ ଆବଣ୍ଟନ କରିବା ସହିତ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଶୃଙ୍ଖଳା ଦୃଷ୍ଟିଋ ସ୍ଥାନୀୟ ଯୁବକ ମାନେ ଟ୍ରାଫିକ ନିୟନ୍ତ୍ରଣ ଓ ପୋଲିସର ସହାୟତାରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଦାୟିତ୍ଵ ବୁଝୁଥିବା ଦେଖିବାକୁ ମିଳୁଛି । ମନ୍ଦିର ଏବେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସରକାରୀ ସହାୟତା ସହିତ ପର୍ଯ୍ୟଟନର ବିକାଶ ପାଇଁ ଦାବି ହେଉଛି ।

Leave A Reply

Your email address will not be published.