pr

ନିଷ୍ଠା ପରିବାର ତରଫରୁ ଶ୍ରାବଣର ଶେଷ ସୋମବାରରେ ରକ୍ତଦାନ ଶିବିର

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଷ୍ଟଶମ୍ଭୁ ଶୈବପୀଠ ଗାଈସୀମାଠାରେ ଭକ୍ତି ଓ ସେବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଷ୍ଠା ପରିବାର ତରଫରୁ ଅଷ୍ଠଶମ୍ଭୁ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ଧାମ, ଗାଇସୀମା, ବରଗଡ଼ରେ ଶ୍ରାବଣର ଶେଷ ସୋମବାର ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା, ବିଡ଼ିଓ ଯୁଧିଷ୍ଠିର ମେହେର, ଜିଲ୍ଲା ପରିଷଦ ସଭ୍ୟା ମୀନାକ୍ଷୀ ପାଣ୍ଡେ, ଗାଈସୀମା ସରପଞ୍ଚ ଧିରେନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କ ଦର୍ଶନ କରିବା ସହ ନିଜେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ଗୋଟିଏ ସ୍ଥାନରେ ପ୍ରଭୂଙ୍କ ଆଶୀର୍ବାଦ ନେବା ସହ ରକ୍ତଦାନ ଭଳି ପୁଣ୍ୟ କାମ କରିବାର ସୁଯୋଗ ପାଇଥିବାରୁ ଅନେକ ଶ୍ରଦ୍ଧାଳୁ ଭକ୍ତ ନିଷ୍ଠା ପରିବାରକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଶିବିରରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୫୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଦୂର୍ବାଦଳ ଷଡଙ୍ଗୀ, ଖଗେଶ୍ୱର ସାହୁ, ମଦନ ମୋହନ ଦାସ, ଜୟନ୍ତ ପ୍ରଧାନଙ୍କ ସମେତ ନିଷ୍ଠାର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.