ଓଡ଼ିଶା ଫାର୍ମାସିଷ୍ଟ ସେବାସଂଘର କାର୍ଯ୍ୟକାରିଣୀ ବୈଠକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା ଫାର୍ମାସିଷ୍ଟ ସେବାସଂଘ ବରଗଡ ଶାଖାପକ୍ଷରୁ ସ୍ଥାନୀୟ ମହାରାଜା ହୋଟେଲଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଏବଂ ପ୍ରତିନିଧିମାନେ ଯୋଗଦେଇଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାର୍ମାସିଷ୍ଟ ମାନେ ରାଜ୍ୟର ଜନସାଧାରଣଙ୍କ ସେବାରେ ସଦାସର୍ବଦା ନିୟୋଜିତ ଅଛନ୍ତି । ଅନେକ ସ୍ଥାନରେ ଫାର୍ମାସିଷ୍ଟମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପରିଚାଳନା କରି ଆସୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା ଭୁବନେଶ୍ୱର ଦୀର୍ଘଦିନ ଧରି ଫାର୍ମାସିଷ୍ଟମାନଙ୍କ ଅନେକ ଗୁଡ଼ିଏ ନ୍ୟାର୍ଯ୍ୟ ଦାବୀ ପ୍ରତି ଅଣଦେଖା କରିବା ଉପରେ ଉଦବେଗ ପ୍ରକାଶ ପାଇଛି । ସଭାରେ ଉପସ୍ଥିତ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ଅଣଦେଖାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ନିଜନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଅବହେଳାର ପ୍ରତିବାଦ କରାଯିବ ବୋଲି ସର୍ବସମ୍ମତି ପ୍ରକାଶ ପାଇଥିଲା । ସଂଘ ପକ୍ଷରୁ ସମସ୍ତ ଦିଗରୁ ଆଲୋଚନା ପରେ ବିଭିନ୍ନ ଦାବୀଗୁଡ଼ିକ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ଏବଂ ସରକାରଙ୍କ ପକ୍ଷରୁ ଯଦି କୌଣସି ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଦାବୀ ମଧ୍ୟରେ-ଫାର୍ମାସିଷ୍ଟ ମାନଙ୍କ ମୂଳ ଦରମାର ବୃଦ୍ଧି କରାଯାଇ ପିବି-୧ରୁ ପିବି-୨କୁ ପରିବର୍ତ୍ତନ କରାଯାଉ, ସମୟାନୁବର୍ତ୍ତିକ ଭିତ୍ତିରେ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ (୬+୨) ଛଅବର୍ଷ ଚୁକ୍ତି ଭିତ୍ତିକ ଓ ୨ ବର୍ଷ ନିୟମିତ ବର ପଦୋନ୍ନତି ଦିଆଯାଇ ବରିଷ୍ଠ ଫାର୍ମାସିଷ୍ଟ ଭାବେ ନିଯୁକ୍ତି କରାଯାଉ, ଫାର୍ମାସିଷ୍ଟ ସଂଜ୍ଞା ବଦଳରେ ଫାର୍ମାସୀ ଅଫିସର ପଦବୀରେ ନାମ ପରିବର୍ତ୍ତନ କରାଯାଉ, ଏମ୍‌.ଏଚ୍‌.ୟୁ, ଆର୍‌.ବି.ଏସ୍‌.କେ ଯୋଜନା ଅଧିନରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କୁ ନିୟମିତ ଖାଲି ସ୍ଥାନରେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ, ତା ୨୪/୦୮/୨୦୧୩ରିଖରେ ପ୍ରକାଶିତ ଫାର୍ମାସିଷ୍ଟ କ୍ୟାଡ଼ର ରିଜୋଲ୍ୟୁସନ ଯାହା ତା ୨୪/୦୪/୨୦୨୨ରିଖରେ ସଂସୋଧନ ପରେ ତା ୦୧/୦୧/୨୦୧୬ରିଖ ପରିବର୍ତ୍ତେ ତା ୨୪/୦୮/୨୦୧୩ରିଖରୁ ଲାଗୁ କରାଯାଉ, ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିରିକ୍ତ ଫାର୍ମାସିଷ୍ଟ ପଦବୀ ସୃଷ୍ଟି କରାଯାଉ, ଯବକାର୍ଡ ସଂଶୋଧନ କରାଯାଇ ପୁନଃ ପ୍ରକାଶିତ କରାଯାଉ, ଆୟୁଷ ଡାକ୍ତରମାନଙ୍କ ଲିଖିତ ଔଷଧ ଚିଠାରେ ଫାର୍ମାସିଷ୍ଟମାନେ ଔଷଧ ବିତରଣ କରିବା ପାଇଁ ବାଧ୍ୟ କରାନଯାଉ । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଂଘର ସଭାପତି ଚିନ୍ମୟ କୁମାର ସିହ୍ନା, ଉପ-ସଭାପତି ସୁଧାଂଶୁ ଶେଖର ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଜେନା, କୋଷାଧ୍ୟକ୍ଷ ଅନିଲ କୁମାର ସାହୁ, ଯୁଗ୍ମ ସଂପାଦକ ଶୁଭଲକ୍ଷ୍ମୀ ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ ସୋମନାଥ ମହାନ୍ତି, ବରଗଡ଼ ଜିଲ୍ଲା ଶାଖା ସଭାପତି ସଞ୍ଜିବ କୁମାର ସେଠ, ସମ୍ପାଦକ ଅଶୋକ କୁମାର ମହାନ୍ତିଙ୍କ ସମେତ ମାନସ କୁମାର ପଣ୍ଡା, ପ୍ରଣବ ପଣ୍ଡା, ହିମାଂଶୁ ଶେଖର ମିଶ୍ର, ଦିପ୍ତିରଞ୍ଜନ ସ୍ୱାଇଁ, ନବୀନ କୁମାର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

four × three =