ଦିବ୍ୟାଙ୍ଗ ଛାତ୍ରୀ କଳ୍ପନା ଦଶମ ପରୀକ୍ଷାରେ ବ୍ଲକ ଟପର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା ହୋଇଯାଇଛି । ତୁରେକେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୨ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ କୁଇବାହାଲ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଛାତ୍ରୀ କଳ୍ପନା ବନଛୋର ବି ୱାନ୍‌ ଗ୍ରେଡ ୭୭% ପାଇ ତୁରେକେଲା ବ୍ଲକରେ ଟପର ହୋଇଛନ୍ତି । ତାଙ୍କର ସଫଳତାରେ କୁଲିହାଦୋର ନିବାସୀ ତାଙ୍କ ମାଆ, ବାପା ଯୁଧିଷ୍ଠିର ବନଛୋର, ଗ୍ରାମବାସୀ ତଥା ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ । ତୁରେକେଲା ବ୍ଲକର ବିଆରଟି ଜ୍ୟୋତି ବିକାଶ ବାରିକ ଓ ସମାଜସେବୀ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଂଚି ନାରାୟଣ ଦାଶ ତାଙ୍କ ଗ୍ରାମକୁ ଯାଇ କଳ୍ପନାଙ୍କୁ ଉପଢୌକନ ଓ ପୁସ୍ତକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ବିଆର୍‌ସିସି ଫକୀର ଚରଣ ବିଶି, ବିଆରଟି ସୁନିଲ ସାହୁ, କୁଲିହାଦୋର ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମତି ବେହେରା, ଶିକ୍ଷକ ପ୍ରଦୀପ ପାଣିଗ୍ରାହୀ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.

2 − one =

error: Content is protected !!