ଲୋଇସିଂହା ସରପଞ୍ଚଙ୍କ ପିତୃ ବିୟୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସ୍ଥାନୀୟ ସରପଞ୍ଚ ନବକିଶୋର ନାଏକଙ୍କ ବାପା ଗୌରଚରଣ ନାଏକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସ୍ଥାନୀୟ ହାଇସ୍କୁଲରେ ସେ ଦୀର୍ଘଦିନ ଧରି ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ପାରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସମେତ ମଝିଆ ପୁଅ ତଥା ଶିଶୁରୋଗ ବିଶେଷଜ୍ଞ ନନ୍ଦକିଶୋର ନାଏକ, ଷ୍ଟେସନ ସହ ପରିଚାଳକ ପ୍ରଣବ କିଶୋର ନାଏକ ତଥା ପରିବାର ବର୍ଗ ଉପସ୍ଥିତ ଥିଲେ । ବଡ଼ ପୁଅ ନବକିଶୋର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ନାଏକଙ୍କ ପରଲୋକରେ ପୁରାତନ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

two × 1 =

error: Content is protected !!