pakka

ବ୍ଲକ୍‌ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଜମୁର୍ଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପାଇଁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ମହାଶୟ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ ଓ ଶ୍ରୀମତୀ ଲଜିତା ପ୍ରଧାନ, ଜମୁର୍ଡ଼ା ସରପଞ୍ଚ ପଦ୍ମଲୋଚନ ପଧାନ, ଜମୁର୍ଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ପୁରୋହିତ ଏବଂ ବ୍ଲକ୍ ସ୍ପୋର୍ଟସ୍ ସେକ୍ରେଟାରୀ ଋଷଭ ହୋତା ଯୋଗ ଦେଇଥିଲେ । ୧୪ ବର୍ଷ ମଧ୍ୟରେ ଓ ୧୪ରୁ ୧୭ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡା ପ୍ରତିଯୋଗିତାକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବରଗଡ଼ ବ୍ଲକର ସମସ୍ତ ଖେଳ ଶିକ୍ଷକ ତଥା ଜମୁର୍ଡ଼ା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଉପସ୍ଥିତ ଥିଲେ । ବିଜୟୀ ଛାତ୍ରଛାତ୍ରୀଙ୍କୁ ବରେଣ୍ୟ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ୧୪ରୁ ୧୭ ବର୍ଷ ମଧ୍ୟରେ ବାଳକ ବିଭାଗରେ ବିକାଶ ଆବାସିକ ବିଦ୍ୟାଳୟର ପୃଥ୍ବୀରାଜ ଗିରି, ବାଳିକା ବିଭାଗରେ ବିକାଶ ସିମେଣ୍ଟ ନଗର ବିଦ୍ୟାଳୟର ଶୃତିରାଣୀ ସାହୁ ଏବଂ ୧୪ ବର୍ଷ ମଧ୍ୟରେ ବାଳକ ବିଭାଗରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜମୁର୍ଡ଼ାର କୁନାଲ ମିର୍ଦ୍ଧା ଓ ବାଳିକା ବିଭାଗରେ ବିକାଶ ସିମେଣ୍ଟ ନଗର ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ଷାଣ୍ଢ ଚମ୍ପିଆନ୍ ଆଖ୍ୟା ପାଇଥିଲେ ।

Leave A Reply

Your email address will not be published.

8 + 6 =